ଅମିତାଭ ବଚ୍ଚନ ଫେସ୍ ଶିଲ୍ଡ ଦ୍ୱାରା କଭର କଲେ ନିଜ ଆଖି, ଲୋକେ କହିଲେ- ‘ଆପଣଙ୍କୁ ଏବେ ମୁହଁ ଲୁଚାନ୍ତୁ’

1 min read

ମୁମ୍ବାଇ: ରାଜ୍ୟସଭାରେ ଡ୍ରଗ୍ସ ବିବାଦକୁ ନେଇ ଜୟାବଚ୍ଚନ ଦେଇଥିବା ମନ୍ତବ୍ୟ ପରେ ଏହି ମାମଲା ଆହୁରୀ ତୀବ୍ର ହୋଇଉଠିଛି । ଜୟା ବଚ୍ଚନଙ୍କ ମନ୍ତବ୍ୟ ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ତାଙ୍କୁ ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ପ୍ରଶ୍ନର ତୀର ମାରିଥିଲେ । ସୋସିଆଲ ମିଡିଆରେ ମଧ୍ୟ ଜୟାଙ୍କୁ ଖୁବ ଟ୍ରୋଲ ହେବାକୁ ପଡ଼ୁଛି । ଜୟାଙ୍କ ମନ୍ତବ୍ୟ ପରେ ବଲିଉଡ ଦୁଇଭାଗରେ ବିଭକ୍ତ ହୋଇଯାଇଥିବା ଦେଖିବାକୁ ମିଳୁଛି । ତେବେ ଏସବୁ ମଧ୍ୟରେ ଅମିତାଭ ବଚ୍ଚନ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ଜୟା ବଚ୍ଚନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାର ଦେଖି ସେ ୩ଟି ଟ୍ୱିଟ୍ କରି ଟ୍ରୋଲର୍ସଙ୍କୁ ଟାର୍ଗେଟ କରିଥିଲେ ।

ତେବେ ନିକଟରେ ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ଫେସ ଶୀଲ୍ଡ ପିନ୍ଧିଥିବା ନଜର ଆସିଛନ୍ତି । ଏହି ଫଟୋ ପୋଷ୍ଟ ପରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏବେ ଟ୍ରୋଲ କରିବାରେ ଲାଗିଛନ୍ତି ନେଟିଜେନ ।  କିଛି ଲୋକ ଅମିତାଭଙ୍କ ଫେସ ଶିଲ୍ଡକୁ (Amitabh Bachchan Face Shield) ନେଇ ତାତ୍ସଲ୍ୟ କରୁଥିବା ବେଳେ ଅନ୍ୟପଟେ ଜୟା ବଚ୍ଚନଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ଟାର୍ଗେଟ କରାଯାଉଛି । ଅମିତାଭ ବଚ୍ଚନ ଫଟୋରେ ଯେଉଁ ଫେସ୍ ସିଲ୍ଡ ପିନ୍ଧିଛନ୍ତି, ସେଥିରେ ତାଙ୍କ ନାକ ଏବଂ ଆଖି କଭର ହୋଇ ରହିଛି କିନ୍ତୁ ମୁହଁ ଖୋଲା ଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ଅମିତାଭ କ୍ୟାପସନରେ ଲେଖିଛନ୍ତି ଯେ, ‘ସୁରକ୍ଷିତ ରୁହନ୍ତୁ ଏବଂ ପ୍ରୋଟେକସନରେ ରୁହନ୍ତୁ’ ।

ଅମିତାଭ ଏହି ଫଟୋକୁ ନେଇ ଏବେ ଟ୍ରୋଲର ଶିକାର ହୋଇଛନ୍ତି । ଜଣେ ୟୁଜର୍ସ ବିଗ୍ ବିଙ୍କ ଫଟୋରେ କମେଣ୍ଟ କରି ଲେଖିଛନ୍ତି ଯେ, ‘ଆପଣଙ୍କୁ ଏବେ ବି ନିଜ ମୁହଁ କଭର କରିବାର ଆବଶ୍ୟକତା ରହିଛି ସାର’ । ଆଉ ଜଣେ ଲେଖିଛନ୍ତି ଯେ, ‘ଦୟାକରି ନିଜ ମାସ୍କ ପିନ୍ଧନ୍ତୁ ସାର’ । ଯେହେତୁ ଅମିତାଭ ଏହି ଫଟୋଟିକୁ ଲେଟ୍ ନାଇଟରେ ସେୟାର କରିଛନ୍ତି, ତେଣୁ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ, ‘ଟିକେ ବିଶ୍ରାମ କରି ନିଅନ୍ତୁ ସାର, ଏତେ ଟଙ୍କା ନେଇ କୁଆଡେ ଯିବେ’ । ଅନ୍ୟପଟେ ଜୟା ବଚ୍ଚନକୁ ନେଇ ମଧ୍ୟ ଜଣେ ଫଟୋରେ କମେଣ୍ଟ କରି କହିଛନ୍ତି ଯେ, ‘କିଛି ଏହି ଭଳି ନିଜ ସ୍ତ୍ରୀର ମୁହଁ ମଧ୍ୟ ବନ୍ଦ କରିଦିଅନ୍ତୁ’ ।

 

Leave a Reply