ଏଣିକି ଆଉ ବ୍ୟବହାର କରିପାରିବେନି ଅମିତାଭଙ୍କ ନାଁ, ଫଟୋ ଏବଂ ଭଏସ୍

ନୂଆଦିଲ୍ଲୀ: ବ୍ୟକ୍ତିଗତ ରାଇଟ୍ସ ଚାହୁଁଛନ୍ତି ବିଗ୍ ବି ଅଭିତାଭ ବଚ୍ଚନ । ବଲିଉଡର ମହାନାୟକ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା କରିଛନ୍ତି । ଯେଉଁଥିରେ ସେ ବ୍ୟକ୍ତିଗତ ରାଇଟ୍ସ ଚାହୁଁଛନ୍ତି ବୋଲି ଦର୍ଶାଇଛନ୍ତି ।

ସେ କହିଛନ୍ତି ଯେ, କିଛି କମ୍ପାନୀ ତାଙ୍କ ବିନା ଅନୁମତିରେ ତାଙ୍କ ନାଁ ଫଟୋ ଏବଂ କଣ୍ଠସ୍ବର ବ୍ୟବହାର କରୁଛନ୍ତି । ଏହାକୁ ସେ ଦୀର୍ଘ ସମୟ ଧରି ବ୍ୟବହାର କରି ଆସୁଛନ୍ତି । ଏଥିପାଇଁ ସେ ବ୍ୟକ୍ତିଗତ ବା ପର୍ସନାଲ ରାଇଟ୍ସ ଚାହୁଁଛନ୍ତି ।

ଏହି ମାମଲା ଉପରେ କୋର୍ଟ ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଅମିତାଭଙ୍କ ବିନା ଅନୁମତିରେ ଫଟୋ ଏବଂ ଭଏସ ବ୍ୟବହାର ହୋଇଥିବାରୁ ଏହାକୁ ସେ ହଟାଇବାକୁ ଚାହୁଁଛନ୍ତି ।

ସୂଚନା ଅନୁସାରେ, ଅମିତାଭ ବଚ୍ଚନଙ୍କ ନାଁ, କଣ୍ଠସ୍ବର ଏବଂ ବ୍ୟକ୍ତିତ୍ବକୁ କିଛି କମ୍ପାନୀ ବ୍ୟବହାର କରୁଛନ୍ତି ତାହା ପୁଣି ଅଭିତାଭଙ୍କ ବିନା ଅନୁମତିରେ । ଏନେଇ ଅମିତାଭ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । କେବିସି ଲୋଗ ଲଗାଇ କିଛି କମ୍ପାନୀ ବିଜ୍ଞାପନ କରୁଥିବା ସେ ଦର୍ଶାଇଥିଲେ । ଏ ଭଳି ପୋଷ୍ଟକୁ ରୋକିବା ପାଇଁ ଅମିତାଭ କୋର୍ଟରେ ଅପିଲ କରିଥିଲେ । ଏ ନେଇ ହାଇକୋର୍ଟ ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

ଅମିତାଭ ଜଣେ ଲୋକପ୍ରିୟ ଅଭିନେତା ହୋଇଥିବାରୁ ତାଙ୍କ ନାଁ ନେଇ ଏପରି ବିଜ୍ଞାପନ ଦ୍ବାରା ଆତ୍ମସ୍ବାଭିମାନକୁ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି ।