ସୋସିଆଲ ମିଡିଆରେ କାହିଁକି ଭାଇରାଲ ହେଲା ବଚ୍ଚନଙ୍କ ନୂଆ ଭିଡିଓ ?
1 min readମୁମ୍ବାଇ: ଲକଡାଉନ୍ ପାଇଁ ଲୋକେ ଘରୁ ବାହାରିପାରୁନାହାନ୍ତି । ଏଭଳି ପରିସ୍ଥିତିରେ, ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସୁପରଷ୍ଟାର ପର୍ଯ୍ୟନ୍ତ, ସମସ୍ତେ ଘରେ ରହି ସମୟ ବିତାଉଛନ୍ତି । ସେଲିବ୍ରିଟିମାନେ ଦୀର୍ଘ ଦିନ ଧରି ଅଟକିଥିବା ଘରୋଇ କାର୍ଯ୍ୟ କରିବାରେ ବ୍ୟସ୍ଥ ଅଛନ୍ତି । ତେବେ ବଲିଉଡର ବିଗ ବି ତଥା ଲିଜେଣ୍ଡ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଅଧିକ ସମୟ କାଟୁଛନ୍ତି । ନିକଟରେ ସେ ଅନ୍ୟ କିଛି କଳାକାରମାନେ ମିଶି ଘରୁ ଏକ ସର୍ଟ ଫିଲ୍ମ ତିଆରି କରିଥିଲେ । ଏବେ ସେ ତାଙ୍କ ପିତା ଡକ୍ଟର ହରିବଂଶ ରାୟ ବଚ୍ଚନଙ୍କ ଏକ କବିତା ବିଷୟରେ କହିଛନ୍ତି। ଏହି କବିତା ବିଷୟରେ କହୁ କହୁ ଅମିତାଭ ବଚ୍ଚନଙ୍କ ଆଖିରୁ ଲୁହ ଝରିଥିଲା । ଦର୍ଶକ ଅମିତାଭ ବଚ୍ଚନଙ୍କ ସ୍ୱରରେ ସେହି କବିତା ଦେଖିପାରିବେ ଏବଂ ଶୁଣିପାରିବେ ।
ଅମିତାଭ ବଚ୍ଚନ ସୋସିଆଲ ମିଡିଆକୁ ନେଇ ଖୁବ ସିରିଅସ୍ । ନିଜର ପ୍ରତ୍ୟେକ ଟୁଇଟ୍ ପୂର୍ବରୁ ସେ ଏହାର ନମ୍ବରିଂ କରନ୍ତି । ନିୟମିତ ଭାବେ ସେ ଟମ୍ବଲରରେ ବ୍ଲଗ୍ ଲେଖନ୍ତି । ତେବେ ସେ ଏକ ବ୍ଲଗରେ କହିଛନ୍ତି ଯେ ଘରେ ରହିବା ସତ୍ତ୍ୱେ ୭୨ ଥର ଚେଷ୍ଟା କରିବା ପରେ ଏହି କବିତା ଫାଇନାଲ ହୋଇଛି। ବଚ୍ଚନ କହିଛନ୍ତି ଯେ, “ଅନ୍ଧେରୀ ରାତ ପର ଦିୟା ଜଲାନା କବ ମନା ହେ” । ଏହି କବିତା ଶୁଣିବା ପରେ ସେ ଭାବୁକ ହୋଇଥିଲେ । ତାଙ୍କୁ ନିଜର ପିଲାଦିନର କଥାଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ, ସାନବେଳେ ତାଙ୍କ ପିତା ତାଙ୍କୁ କବି ସମାବେଶକୁ ନେଇ ଯାଉଥିଲେ, ଯେଉଁଠାରେ ଶହ ଶହ ଲୋକ ପିତାଙ୍କ କବିତା ଶୁଣିବାକୁ ଆସୁଥିଲେ । ସେହି ଦିନଗୁଡିକୁ ମନେ ପକାଇ ଅମିତାଭ ଏହି କବିତା ପଢିଛନ୍ତି ।
ପ୍ରଥମେ ସେ ଏହି କବିତାକୁ ଲାଇଭ ଫରମାଟରେ ପଢିବାକୁ ଚାହୁଁଥିଲେ । ହେଲେ ସେ ଏହାକୁ ଉପଭୋଗ କରିପାରିଲେ ନାହିଁ । ଏହି କବିତା ପାଠକୁ ପରଫେକ୍ଟ କରିବା ପାଇଁ ସେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ରେକର୍ଡିଂ କଳାକାରଙ୍କ ସହ ଲଗାତାର କନଫରେନ୍ସ କଲ୍ ରେ କଥା ହୋଇଥିଲେ । ବଚ୍ଚନ ସାହାବ ନିଜ ଘରେ ଜଲସାରେ ବସି ତାଙ୍କ ଆଇଫୋନରେ ଏହି କବିତା ରେକର୍ଡ କରିଥିଲେ। ଏହା ପରେ ସେ ଏହି ରେକର୍ଡିଂକୁ ମ୍ୟୁଜିସିୟାନ ରୋହନ ଏବଂ ବିନାୟକଙ୍କୁ ପଠାଇଥିଲେ । ସେମାନେ ନିଜ ଘରେ ରହି ବିନା ଷ୍ଟୁଡିଓ ସେଟ୍ ଅପ୍ ରେ ଏହାର ସଂଗୀତ ସୃଷ୍ଟି କରିଥିଲେ।
T 3495 – I reminisce my Father and his poem, which expresses hope and strength. The singing is exactly how Babu ji recited it at Kavi Sammelans, which I attended with him.
बाबूजी और उनकी आशा भारी कविता को याद करता हूँ । बाबूजी कवि सम्मेलनों में ऐसे ही गा के सुनाया करते थे । pic.twitter.com/CKKtroXA4H
— Amitabh Bachchan (@SrBachchan) April 8, 2020
ଏହି ଭିଡିଓକୁ ଅଭିଷେକ ବଚ୍ଚନ ସୁଟ୍ କରିଛନ୍ତି। ଅଡିଓ ଏବଂ ଭିଡିଓରେ, ବାଚ୍ଚନଙ୍କ ଏକ୍ସପ୍ରେସନକୁ ମ୍ୟାଚ କରିବା ପାଇଁ ସବୁ ସାମଗ୍ରୀ ପୁଣି ରୋହନ-ବିନାୟକଙ୍କୁ ପଠାଗଲା । ସବୁକିଛି ସରିବା ପରେ, ଏହାକୁ ମାଲାଡରେ ରହୁଥିବା ଏକ ରେକର୍ଡିଷ୍ଟଙ୍କୁ ପଠାଯାଇଥିଲା, ଯିଏ ଏହାକୁ ମିକ୍ସ କରିଥିଲେ। ସମସ୍ତ ଚେଷ୍ଟା ପରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଜୟା ବଚ୍ଚନ ସଂସଦ ଯିବାକୁ ଦିଲ୍ଲୀ ଯାଇଥିଲେ ଓ ସେଠାରେ ସେ ଏବେ ଫସି ରହିଛନ୍ତି । ସେଥିପାଇଁ ଏହି ଭିଡିଓକୁ ଶ୍ୱେତା ଏବଂ ନବ୍ୟାଙ୍କୁ ଦେଖାଯାଇଥିଲା। ଶ୍ୱେତା ଓ ନବ୍ୟା ଏହାକୁ ଅପଲୋଡ୍ କରିବାକୁ ଅନୁମତି ଦେଇଥିଲେ । ତା’ପରେ ଏହି ଭିଡିଓ ଦର୍ଶକଙ୍କ ପାଖରେ ପହଞ୍ଚିଛି ।