ଅମିତାଭ ବଚ୍ଚନ ଗୁରୁତର ଆହତ, ‘Project K’ ର ସୁଟିଂ ସେଟରେ ଆହତ
1 min readମୁମ୍ବାଇ: ବଲିଉଡର ସେହେନଶାହା ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଚାଲିଥିବା ବେଳେ ବିଗ୍ ବି ଆହତ ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ ଫିଲ୍ମର ସୁଟିଂ ଚାଲିଥିଲା । ଏକ ଆକ୍ସନ ସିନ୍ ସୁଟ୍ ବେଳେ ବିଗ୍ ବିଙ୍କ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡ଼ିଛି ।
ଏନେଇ ବିଗ୍ ବି ନିଜ ବ୍ଲଗରେ ସୂଚନା ଦେଇଛନ୍ତି । ସୁଟିଂ ବାତିଲ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ ନେଉଛନ୍ତି ।
"In Hyderabad at shoot for Project K, during an action shot, got injured, rib cartilage popped broke & muscle tear to the right rib cage. Cancelled shoot, did doctor consult & scan by CT at AIG Hospital in Hyderabad & flown back home," posts Amitabh Bachchan.
(pic 2: file pic) pic.twitter.com/BqHu6yKirL
— ANI (@ANI) March 6, 2023
ଆହତ ହେବା ପରେ ଅମିତାଭ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍’ରେ ଚିକିତ୍ସିତ ହେବା ସହ ‘ସିଟି’ ସ୍କାନ୍ କରାଇଥିଲେ । ପରେ ସେ ମୁମ୍ବାଇ ଫେରିଆସିଛନ୍ତି । ହଲଚଲ ହେବା ଏବଂ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୁସ୍ଥ ହେବାକୁ କିଛି ସପ୍ତାହ ସମୟ ଲାଗିବ ବୋଲି ନିଜ ବ୍ଲଗରେ ସୂଚନା ଦେଇଛନ୍ତି ବିଗ୍ ବି ।