ଅମିତାଭ୍ ଓ ଅଭିଷେକଙ୍କୁ କରୋନା: ପରିବାରର ଅନ୍ୟ ସଦସ୍ୟଙ୍କ ନମୁନା ସଂଗ୍ରହ, ରିପୋର୍ଟକୁ ଅପେକ୍ଷା
2 min readଭୁବନେଶ୍ୱର: ବଲିଉଡ ଅଭିନେତା ଅମିତାଭ୍ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ । ତାଙ୍କ ପୁତ୍ର ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ଉଭୟ ପିତା-ପୁତ୍ର ସୂଚିତ କରିଛନ୍ତି ।
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020
ବର୍ତ୍ତମାନ ଅମିତାଭ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇସାରିଛନ୍ତି , ଏବଂ ଗତ 10 ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି ଖୋଦ ଅମିତାଭ୍ ।
Earlier today both my father and I tested positive for COVID 19. Both of us having mild symptoms have been admitted to hospital. We have informed all the required authorities and our family and staff are all being tested. I request all to stay calm and not panic. Thank you. ??
— Abhishek ???????? (@juniorbachchan) July 11, 2020
ପ୍ରଥମେ ବିଗ୍ ବି ସଂକ୍ରମିତ ହୋଇଥିବା ନେଇ ସୂଚିତ କରିଥିବା ବେଳେ ଏହାର କିଛି ସମୟ ପରେ ଅଭିଷେକ ମଧ୍ୟ ନିଜେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛନ୍ତି ।
Dear Amitabh ji, I join the whole Nation in wishing you a quick recovery!
After all, you are the idol of millions in this country, an iconic superstar!
We will all take good care of you. Best wishes for a speedy recovery!@SrBachchan @juniorbachchan #AmitabhBachchan #COVID https://t.co/NHeY7e2mjC pic.twitter.com/CsVKlvCJeG
— Dr Harsh Vardhan (Modi Ka Pariwar) (@drharshvardhan) July 11, 2020
ବଲିଉଡ୍ ବିଗ୍ ବି ସଂକ୍ରମିତ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଟ୍ୱିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।