କରୋନା ପଜିଟିଭ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଆଇସୋଲେସନ ୱାର୍ଟରେ ଚାଲିଛି ଚିକିତ୍ସା

Amitabh Bachachan Health Condition Stable says Nanavati Hospital team

ନୂଆଦିଲ୍ଲୀ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ମୁମ୍ବାଇର ନାନାବତୀ ହସ୍ପିଟାଲ ଏକ ବୟାନ ଜାରି କରି କହିଛି ଯେ, ଅମିତାଭଙ୍କର କରୋନା ଜୀବାଣୁଙ୍କର ଲକ୍ଷଣ ସାମାନ୍ୟ ରହିଛି ଏବଂ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି । ଅମିତାଭ ବଚ୍ଚନ ହସ୍ପିଟାଲ ପ୍ରଶାସନକୁ କହିଛନ୍ତି ଯେ ସେ ଟ୍ୱିଟର ମାଧ୍ୟମରେ ନିରନ୍ତର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପ୍ରଦାନ କରିବେ ।

ଅନ୍ୟପଟେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ କହିଛନ୍ତି ଯେ, ଉଭୟ ଅମିତାଭ ଏବଂ ଅଭିଷେକଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି । ଯେତେବେଳେ ସେମାନଙ୍କର ରାରିଡ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା ସେତେବେଳେ ଉଭୟେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡିଥିଲେ । ଏହା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଜେଶ ତୋପେ କହିଛନ୍ତି ଯେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ ଏବଂ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ଜୁଲାଇ ୧୧ ରେ, ଅର୍ଥାତ୍ ଶନିବାର ବିଳମ୍ବିତ ରାତିରେ ବିଗ୍ ବି ଟ୍ୱିଟର ମାଧ୍ୟମରେ ତାଙ୍କ କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ। ଅମିତାଭ ବଚ୍ଚନ ଏକ ଟୁଇଟରେ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଏହା ପରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛି। ମୋର ପରିବାର ସଦସ୍ୟ ଏବଂ କର୍ମଚାରୀମାନେ ମଧ୍ୟ କରୋନା ପରୀକ୍ଷା କରିଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି ।

Leave a Reply