ଲୋକସଭାରେ ଆଗତ ହେବ ନାଗରିିକ ସଂଶୋଧନ ବିଲ୍‌, ୬ ବର୍ଷ ରହିଲେ ମିଳିବ ନାଗରିକତ୍ୱ

ନୂଆଦିଲ୍ଲୀ : ଆଜି ଲୋକସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍‌ । ୧୯୫୫ ଅଧିନିୟମରେ ସଂଶୋଧନ କରିବାର ଯୋଜନା ରଖିଛନ୍ତି ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍‌କୁ ଆଗତ ପରେ  ଏହା ଉପରେ ଆଲୋଚନା କରାଯିବ ।

ଏହି ବିଲ୍‌ରେ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନର ଅଣମୁସଲିମ୍‌ ଶରଣାର୍ଥୀ ମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । କିନ୍ତୁ ଏହି ବିଲ୍‌କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଜୋରଦାର ପ୍ରତିବାଦ କରାଯାଇଛି । ବିଲ୍‌କୁ ବିରୋଧ କରି ଉତ୍ତରପୂର୍ବ ଛାତ୍ର ସଂଗଠନ ଆସନ୍ତା ୧୦ତାରିଖରେ ବନ୍ଦ ଡାକରା ଦେଇଛି ।

ତେବେ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତିତ ହୋଇ ଭାରତକୁ ଆସିଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତା ମାନ୍ୟତା ଦିଆଯିବ । ଏହି ବିଲ୍‌ ଅନୁସାରେ ୧୨ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିଥିଲେ ମିଳିପାରିବ ଭାରତୀୟ ନାଗରିକତା । ଯାହାକୁ କଂଗ୍ରେସ, ଟିଏମସି ସମେତ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ବିରୋଧ କରୁଛନ୍ତି । ଏହା ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛନ୍ତି । ଗତ ସପ୍ତାହରେ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଥିଲା ।

Leave a Reply