ଅମିତଙ୍କ ନିଶାନାରେ କଂଗ୍ରେସ, ବିଜେପି ୫ ବର୍ଷରେ ଓଡ଼ିଶାକୁ ଯାହା ଦେଇଛି ୭୦ ବର୍ଷରେ କଂଗ୍ରେସ ଦେଇନି

1 min read
amit shah targets congress

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଜେପିର ଭର୍ଚୁଆଲ ରାଲି ଓଡ଼ିଶା ଜନସମ୍ବାଦରେ ଅମିତ ଶାହଙ୍କ ଗର୍ଜନ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁରଣ ଅବସରରେ ଆୟୋଜିତ ଏହି ଭର୍ଚୁଆଲ ରାଲିରେ ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଅମିତ ଶାହ କେନ୍ଦ୍ର ସରକାରଙ୍କ ସଫଳତା କଥା କହିଥିଲେ । ୩୮ ପ୍ରତିଶତ ଭୋଟ ଓ ୮ ବିଜେପି ସାଂସଦଙ୍କୁ ପଠାଇଥିବାରୁ ସେ ଓଡ଼ିଶାକୁ ଧନ୍ୟବାଦ ଦେଇଥିଲେ ଓ କହିଥିଲେ ଯେ, ୯୧ ଲକ୍ଷ ଓଡ଼ିଆଙ୍କର ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଆର୍ଶିବାଦ ରହିଛି ।

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ଶାହ କହିଥିଲେ ଯେ, ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ହେଉଛି ବିଜେପିର ପ୍ରତିଶ୍ରୁତି । କଂଗ୍ରେସ ଉପରେ ହମଲା କରି ସେ କହିଥିଲେ ଯେ, ଗଲ ୭୦ ବର୍ଷ ଭିତରେ କଂଗ୍ରେସ ଓଡ଼ିଶା ପାଇଁ  ଯାହା କରିନାହିଁ ସେତିକି କାମ ମୋଦି ସରକାର କେବଳ ୫ ବର୍ଷ ମଧ୍ୟରେ କରିଛି । ‘‘ସୋନିଆ-ମନମୋହନଙ୍କ ସରକାର ବେଳେ ଓଡ଼ିଶା ୭୯ ହଜାର ୪୮୬ କୋଟି ଟଙ୍କା ପାଇଥିଲା । କିନ୍ତୁ ମାତ୍ର ୫ ବର୍ଷ ଭିତରେ ମୋଦିଙ୍କ ଅମଳରେ ଓଡ଼ିଶାକୁ ୫ ଲକ୍ଷ ୫୨ ହଜାର ୧୦୯ କୋଟି ଟଙ୍କା ମିଳିଛି’’

ମୁଖ୍ୟତଃ ଅମିତ ଶାହଙ୍କ ନିଶାନାରେ ଆଜି କଂଗ୍ରେସ ଓ ରାହୁଲ ଗାନ୍ଧୀ ଥିଲେ । ରାହୁଲଙ୍କ ଉପରେ ହମଲା କରି ସେ କହିଥିଲେ ଯେ, ରାହୁଲ ଗାନ୍ଧି ସବୁବେଳେ କୃଷକଙ୍କ କଥା କହୁଛନ୍ତି । କିନ୍ତୁ ତାଙ୍କ ଦଳର ୧୦ ବର୍ଷ ସରକାର ଅମଳରେ ଥରୁଟିଏ  ୬୦ ହଜାର କୋଟି ଟଙ୍କାର ଲୋନ୍ ଛାଡ କରିଥିଲେ । କିନ୍ତୁ ମୋଦି ସରକାର ପ୍ରତିବର୍ଷ ୭୨ ହଜାର କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରୁଛନ୍ତି । କଂଗ୍ରେସ ଅମଳରେ ପ୍ରଧାନମନ୍ତ୍ରୀ କହୁଥିଲେ ,ଦିଲ୍ଲୀରୁ ଯାଉଥିବା ଏକ ଟଙ୍କାରୁ ୧୦ ପଇସା ଲୋକଙ୍କ ପାଖରେ ପହଂଚୁଛି କିନ୍ତୁ ଆମ ସରକାର ଆମଳରେ ଟଙ୍କାକରୁ ଟଙ୍କାଏ ଲୋକଙ୍କ ପାଖରେ ପହଂଚି ପାରୁଛି । ଜନଧନ ଆକାଉଣ୍ଟ ପାଇଁ ଏହା ସମ୍ଭବ ହୋଇ ପାରିଛି । କିନ୍ତୁ କଂଗ୍ରେସ ଜନଧନ ଆକାଉଣ୍ଟ ଖୋଲିବା ସମୟରେ ଆମକୁ ସମାଲୋଚନା କରୁଥିଲା ।

ମୋଦି ସରକାରଙ୍କ ସଫଳତାର ତାଲିକା ଦେଇ ସେ ତ୍ରିପଲ ତଲାକ,ଧାରା ୩୭୦ ଉଛେଦ,ସିଡିଏସ ପଦବି ସୃଷ୍ଟି,ନାଗରିକତା ସଂଶୋଧନ ବିଧେୟକ,ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ କଥା ଉଲ୍ଲେଖ କରିଛନ୍ତି ।

Leave a Reply