spot_img

Latest Posts

ଟାଗୋରଙ୍କ ଚୌକିରେ କିଏ ବସିଥିଲେ? ସଂସଦରେ ଉତ୍ତର ରଖିଲେ ଅମିତ ଶାହ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶାନ୍ତି ନିକେତନରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଚେୟାରରେ ବସିଥିବାର ଅଭିଯୋଗ ହୋଇଛି। ଆଜି ଶାହା ସଂସଦରେ ପ୍ରମାଣ ସହ ଏହାର ଜବାବ ଦେଇଛନ୍ତି। ଗୃହମନ୍ତ୍ରୀ ସଂସଦରେ ଫଟୋ ଦେଖାଇ କହିଛନ୍ତି ଯେ ସେ ସେହି ଚେୟାରରେ ବସି ନାହାଁନ୍ତି ବରଂ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ପରେ ରାଜୀବ ଗାନ୍ଧୀ ଏହି ଚେୟାରରେ ବସିଥିଲେ।

ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସଂସଦରେ କିଛି କଥା କହିବା ପୂର୍ବରୁ ପ୍ରଥମେ ଏହାର ତଥ୍ୟଗୁଡ଼ିକୁ ଯାଞ୍ଚ କରାଯାବା ଉଚିତ୍। କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯଦି ଆମେ କୌଣସି କଥାକୁ ସୋସିଆଲ ମିଡିଆରୁ ଉଠାଇ ଏଠାରେ ରଖିବା ତେବେ ଏହା ଗୃହର ସମ୍ମାନକୁ କ୍ଷୁର୍ଣ୍ଣ କରିଥାଏ।

ଶାହା କହିଛନ୍ତି,’ଦଳର ଫୃଷ୍ଠଭୂମିକୁ ଦେଖି କୁହାଯାଇପାରେ ଯେ ତାଙ୍କର ବୁଝିବା ଭୁଲ ହୋଇଛି। କିନ୍ତୁ ମୁଁ ଅନୁରୋଧ କରୁଛି ଯେ ରେକର୍ଡ ସ୍ପଷ୍ଟ କରାଯାଉ ଏବଂ ଏହି ପ୍ରମାଣକୁ ସଂସଦରେ ରେକର୍ଡ଼ ଭାବେ ରଖାଯାଉ।’

ସୂଚନାଯୋଗ୍ୟ, ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେ ସାନ୍ତିନିକେତନ ଗସ୍ତ ସମୟରେ ଅମିତ ଶାହା ଟାଗୋରଙ୍କ ଚେୟାରରେ ବସିଥିଲେ। କେବଳ କଂଗ୍ରେସ ନୁହେଁ, ଟିଏମସି ନେତାମାନେ ମଧ୍ୟ ଏ ନେଇ ଅଭିଯୋଗ ଆଣିଥିଲେ। ସେଠାରେ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଥିଲା। ଗତକାଲି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ମଧ୍ୟ ଏଭଳି ଅଭିଯୋଗ ଆଣିଥିଲେ। ଆଜି ଲୋକସଭାରେ ଶାହା ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି।

Latest Posts

Don't Miss