ନିଜ ସ୍ୱାସ୍ଥ୍ୟକୁ ନେଇ ଟ୍ୱିଟ୍ କଲେ ଅମିତ ଶାହ,କହିଲେ ମୋ ମୃତ୍ୟୁ କାମନା କରୁଛନ୍ତି ବିରୋଧୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟକୁ ନେଇ ଜାରି ରହିଥିବା ଗୁଜବ ମଧ୍ୟରେ ସେ ଗୋଟିଏ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଚରେ ଶାହ କହିଛନ୍ତି ଯେ,ମୁଁ ସୁସ୍ଥ ଅଛି । କୌଣସି ପ୍ରକାରର ରୋଗରେ ପୀଡିତ ନୁହେଁ । ଗତ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ଉଡୁଥିବା ଗୁଜବର ଖଣ୍ଡନ କରି ସେ କହିଛନ୍ତି ଯେ,କିଛି ଲୋକ ମୋ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଛନ୍ତି  ।

ଅମିତ ଶାହ ଟ୍ୱିଟ୍ କରିଛନ୍ତି ଯେ, ‘‘ ଗତ କିଛିଦିନ ଧରି କିଛି ବନ୍ଧୁ ସୋସିଆଲ ମିଡିଆରେ ମୋ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ମନଗଢା ଗୁଜବ ଉଡାଉଛନ୍ତି । ଏମିତିକି କିଛି ମୋ ମୃତ୍ୟୁ କାମନା ପ୍ରାର୍ଥନା କରି ଟ୍ୱିଟ୍ କରିଛନ୍ତି ।  ଦେଶ ଏବେ ବିଶ୍ୱ ମହାମାରୀ କରୋନା ବିରୋଧରେ ଯୁଦ୍ଧ ଲଢୁଛି । ଦେଶର ଗୃହମନ୍ତ୍ରୀ ହିସାବରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁଁ ମୋ କାମରେ ବ୍ୟସ୍ତ ରହୁଥିବା କାରଣରୁ ଏହି ସବୁ କଥା ଉପରେ ଧ୍ୟାନ ଦେଇ ପାରୁନଥିଲି । ଯେତେବେଳେ ଏହା ମୋ ନଜରକୁ ଆସିଲା ସେତେବେଳେ ମୁଁ ଭାବିଲି ଯେ, ସେମାନେ ନିଜ କାଳ୍ପନିକ ଭାବନାର ମଜା ନେଉଛନ୍ତି ତେଣୁ ମୁଁ କୌଣସି ସ୍ପଷ୍ଟୀକରଣ ଦେଇ ନଥିଲି  ।

କିନ୍ତୁ ମୋ ଦଳୀୟ କର୍ମୀ ଓ ଶୁଭଚିନ୍ତକଙ୍କ ଗତ ଦୁଇ ଦିନ ଧରି ଆଶଙ୍କାରେ ଅଛନ୍ତି । ସେମାନଙ୍କ ଚିନ୍ତାକୁ ମୁଁ ନଜର ଅନ୍ଦାଜ କରି ପାରିବି ନାହିଁ ତେଣୁ ମୁଁ ଆଜି ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ମୁଁ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛି ଓ ମୋତେ କୌଣସି ପ୍ରକାରର ରୋଗ ହୋଇ ନାହିଁ ।

ହିନ୍ଦୁ ମାନ୍ୟତା ଅନୁସାରେ ଏହିଭଳି ଗୁଜବ ସ୍ୱାସ୍ଥ୍ୟକୁ ଅଧିକ ମଜବୁତ କରିଥାଏ । ତେଣୁ ମୁଁ ଆଶା କରୁଛି ଯେ, ସେମାନେ ଅଯଥା କଥା ଛାଡି ମୋତେ ମୋ କାମ କରିବାକୁ ଦିଅନ୍ତୁ ଓ ନିଜ କାମ କରନ୍ତୁ ।

ଯେଉଁମାନେ ଏହି ଗୁଜବ ପ୍ରଚାର କରିଛନ୍ତି ସେମାନଙ୍କ ପ୍ରତି ମୋ ମନରେ କୌଣସି ପ୍ରକାରର ବିଦ୍ୱେଶ ଭାବନା ନାହିଁ ।

 

Leave a Reply