ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଘରୋଇ ଅଫିସ୍

1 min read

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଓ ଓମିକ୍ରନ କେସ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତିରେ ଦିଲ୍ଲୀରେ ଲାଗୁ ହେଇଛି ସପ୍ତାହାନ୍ତ କର୍ଫ୍ୟୁ । ଆସନ୍ତା ଶୁକ୍ରବାରରୁ ଲାଗୁ ହେବ ଏହି କଟକଣା । ଶୁକ୍ରବାର ରାତି ୧୦ଟାରୁ ସୋମବାର ଭୋର ଯାଏ ଲାଗୁ ହେବ କର୍ଫ୍ୟୁ ।

ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସ୍ କନଫରମେନ୍ସ କରି ଏହି ସୂଚନା ଦେଇଛନ୍ତି । ଦିଲ୍ଲୀରେ କରୋନା ଓ ଓମିକ୍ରନ ସଂକ୍ରମଣ ବଢୁଥିବା ଯୋଗୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ନୂଆ ନିୟମ ଅନୁସାରେ ସମସ୍ତ ସରକାରୀ ଓ ଘରୋଇ ଅଫିସ କର୍ମଚାରୀ ଓ୍ବାର୍କ ଫ୍ରମ ହୋମ କରିବେ । କେବଳ  ଜରୁରୀକାଳୀନ ସାମଗ୍ରୀ ପରିବହନ ଛଡା ଅନ୍ୟ ସମସ୍ତ କ୍ଷେତ୍ର ଲାଗି ଜାରି ହେବ କଟକଣା । ସେହିପରି ସମ୍ପୂର୍ଣ୍ଣ ସିଟିଂ କ୍ଷମତାରେ ବସ୍ ଓ ମେଟ୍ରୋ ଚାଲିବ । କିନ୍ତୁ ଯାତ୍ରୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିପରି ପୂର୍ବପରି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

Leave a Reply