ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଘରୋଇ ଅଫିସ୍
1 min readନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଓ ଓମିକ୍ରନ କେସ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତିରେ ଦିଲ୍ଲୀରେ ଲାଗୁ ହେଇଛି ସପ୍ତାହାନ୍ତ କର୍ଫ୍ୟୁ । ଆସନ୍ତା ଶୁକ୍ରବାରରୁ ଲାଗୁ ହେବ ଏହି କଟକଣା । ଶୁକ୍ରବାର ରାତି ୧୦ଟାରୁ ସୋମବାର ଭୋର ଯାଏ ଲାଗୁ ହେବ କର୍ଫ୍ୟୁ ।
DDMA has decided to impose a curfew in Delhi on Saturdays and Sundays to curb COVID surge. All govt officials except for those engaged in essential services will work from home. 50% workforce of private offices will work from home: Delhi Deputy CM Manish Sisodia https://t.co/AhRHujg6BF pic.twitter.com/PM47VVE5kG
— ANI (@ANI) January 4, 2022
ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରେସ୍ କନଫରମେନ୍ସ କରି ଏହି ସୂଚନା ଦେଇଛନ୍ତି । ଦିଲ୍ଲୀରେ କରୋନା ଓ ଓମିକ୍ରନ ସଂକ୍ରମଣ ବଢୁଥିବା ଯୋଗୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ନୂଆ ନିୟମ ଅନୁସାରେ ସମସ୍ତ ସରକାରୀ ଓ ଘରୋଇ ଅଫିସ କର୍ମଚାରୀ ଓ୍ବାର୍କ ଫ୍ରମ ହୋମ କରିବେ । କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ ଛଡା ଅନ୍ୟ ସମସ୍ତ କ୍ଷେତ୍ର ଲାଗି ଜାରି ହେବ କଟକଣା । ସେହିପରି ସମ୍ପୂର୍ଣ୍ଣ ସିଟିଂ କ୍ଷମତାରେ ବସ୍ ଓ ମେଟ୍ରୋ ଚାଲିବ । କିନ୍ତୁ ଯାତ୍ରୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିପରି ପୂର୍ବପରି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।