spot_img

Latest Posts

ଶ୍ରୀଲଙ୍କା ସଙ୍କଟ: ନିଯୁକ୍ତିର ଦିନକ ପରେ ଇସ୍ତଫା ଦେଲେ ଅର୍ଥମନ୍ତ୍ରୀ ଅଲି ସାବ୍ରି

କଲମ୍ବୋ:  ମଙ୍ଗଳବାର ଇସ୍ତଫା ଦେଇଛନ୍ତି ଶ୍ରୀଲଙ୍କାର ନୂତନ ଅର୍ଥମନ୍ତ୍ରୀ ଅଲି ସାବ୍ରି । ସୂଚନା ଅନୁସାରେ, ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଥିବା ତାଙ୍କ ଭାଇ ବାସିଲ ରାଜପାକ୍ଷେଙ୍କୁ ବରଖାସ୍ତ କରିବା ପରେ ସୋମବାର ଅଲି ସାବ୍ରିଙ୍କୁ ଦେଶର ନୂତନ ଅର୍ଥମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ।

ରାଷ୍ଟ୍ରପତି ରାଜପାକ୍ଷେଙ୍କୁ ଏକ ଚିଠିରେ ଅଲି ଲେଖିଛନ୍ତିଯେ, ଏକ ଅସ୍ଥାୟୀ ପଦକ୍ଷେପ ଭାବରେ ସେ ଏହି ଦାୟିତ୍ୱଭାର ନେଇଥିଲେ । ଏହା ସହିତ ସେ ଲେଖିଛନ୍ତିଯେ, ଖୁବ୍‌ ବିଚାର ବିମର୍ଷ କରି ଏବଂ ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଚଳିତ ସମୟରେ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟର ସମାଧାନ ଏବଂ ମୁକାବିଲା କରିବା ପାଇଁ ଉପଯୁକ୍ତ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା କରିବା ପାଇଁ ମୁଁ ମୋ ମତ ପ୍ରକାଶ କରୁଛି । ଏହା ସହିତ ଏକ ଅଣ-ପାରମ୍ପରିକ ପଦକ୍ଷେପ ନିଆଯିବା ଆବଶ୍ୟକ  ବୋଲି ଅଲି ଚିଠିରେ ଲେଖିଛନ୍ତି ।

ସୋମବାର ରାଷ୍ଟ୍ରପତି ରାଜପାକ୍ଷେଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଚାରି ଜଣ ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଅଲି ସାବ୍ରି ଥିଲେ ଜଣେ ।  ସୂଚନାଯୋଗ୍ୟ, ଦୀପ ଦେଶ ଶ୍ରୀଲଙ୍କା ଏବେ ଇତିହାସର ସବୁଠାରୁ ଦୁର୍ଦ୍ଦିନ ସମୟର ସାମ୍ନା କରୁଛି ।  ମାସାଧିକ  ହେବ ଇନ୍ଧନ, ରନ୍ଧନ ଗ୍ୟାସ୍‌, ଜରୁରୀ ଆବଶ୍ୟକୀୟ ସାମଗ୍ରୀ ଏବଂ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ କାଟର ସାମ୍ନା କରୁଛି ଶ୍ରୀଲଙ୍କା ।

Latest Posts

Don't Miss