ପୁରୀ କୋଣାର୍କ ପରିଦର୍ଶନ କଲେ ଆମିକସକ୍ୟୁରୀ, ୮ ଦିନରେ ହାଇକୋର୍ଟରେ ଦାଖଲ କରିବେ ରିପୋର୍ଟ

ପୁରୀ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପୁରୀ ଜଗନ୍ନାଥ ମନ୍ଦିର ବୁଲି ଦେଖିଛନ୍ତି ଆମିକସକ୍ୟୁରୀ  । ସଂରକ୍ଷଣ ଓ ମରାମତି ପ୍ରସଙ୍ଗରେ ଆମିକସକ୍ୟୁରୀଙ୍କୁ ହାଇକୋର୍ଟ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ପରେ କୋଣାର୍କ ପରିଦର୍ଶନ କରିଛନ୍ତି ଆମିକସକ୍ୟୁରୀ  । କୋଣାର୍କ ମନ୍ଦିରର ଏବେ କ’ଣ ସ୍ଥିତି ରହିଛି, ସେ ନେଇ ଆମିକସକ୍ୟୁରୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆମିକସକ୍ୟୁରୀଙ୍କ ରିପୋର୍ଟ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮କୁ ଧାର୍ଯ୍ୟ କରାଯାଇଛି ।

ସେହିପରି କୋଣାର୍କ ଗସ୍ତ ପରେ ପୁରୀରେ ପହଞ୍ଚି ମନ୍ଦିର ଭିତରେ ଚାଲିଥିବା କିଛି ନିର୍ମାଣ କାମର ସମୀକ୍ଷା କରିଛନ୍ତି ଆମକସକ୍ୟୁରି ଏନ କେ ମହାନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଅମିକସକ୍ୟୁରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ବୈଠକ କରିଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।

ଶ୍ରୀମନ୍ଦିର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ଜଗମୋହନ ମରାମତି ପ୍ରସଙ୍ଗରେ ହୋଇଛି ଆଲୋଚନା । ନାଟ ମଣ୍ଡପ ସହ ଶ୍ରୀମନ୍ଦିରର ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ସ୍ଥିତି ନେଇ କରିଛନ୍ତି ଆଲୋଚନା  । ରକ୍ଷଣାବେକ୍ଷଣ ଠିକ୍ ଭାବେ ଚାଲିଥିବା ଏବଂ ଶୀଘ୍ର ଶେଷ କରିବା ନେଇ ଆଲୋଚନା ହୋଇଛି । ଆସନ୍ତା ୮ ଦିନରେ ହାଇକୋର୍ଟରେ ରିପୋର୍ଟ ପ୍ରଦାନ କରିବା ନେଇ ଆମିକସକ୍ୟୁରି ସୂଚନା ଦେଇଛନ୍ତି ।