ଭାରତକୁ କିଏ କହିଲେ ସଢା ସେଓ ? ଆଉ କାହିଁକି କହିଲେ ଜାଣନ୍ତୁ..

1 min read

ୱାସିଂଟନ: କରୋନା ଭାଇରସ ବିରୋଧରେ ଦୁନିଆ ଯୁଦ୍ଧ ଲଢୁଛି  । ବର୍ତ୍ତମାନ ସୁଧା ଏହି ଭାଇରସ ୪ଲକ୍ଷ ୨୮ ହଜାରର ଲୋକଙ୍କ ଜୀବନ ନେଇ ସାରିଲାଣି । ୭୭ ଲକ୍ଷରୁ ଅଧିକ ଏହାଦ୍ୱାର ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ଆମେରିକାର ଜଣାଶୁଣା ବିଶ୍ୱବିଦ୍ୟାଳୟ ଜନ୍ ହପକିନ୍ସର ପ୍ରଫେସର ସ୍ଟିଭ୍ ହେଙ୍କ୍ ଭାରତ ସମେତ ୫ ଦେଶକୁ ସଢା ସେଓ ବୋଲି କହିଛନ୍ତି । ସେ କରୋନା ମୁକାବିଲାକୁ ନେଇ ଭାରତ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

ପ୍ରଫେସର ସ୍ଟିଭ୍ ହେଙ୍କ୍ ଅଭିଯୋଗ କରିଛନ୍ତି ଯେ, ‘ ଭାରତ,ଭେନିଜୁଏଲା,ମିଶର,ସିରିଆ,ୟମନ ତୁର୍କୀ ଓ ଚୀନ୍ କରୋନା ଭାଇରସ ଡାଟାର ସଢା ସେଓ । ଏହି ଦେଶଗୁଡିକ କରୋନା ଭାଇରସ ଡାଟା ଲୁଚାଉଛନ୍ତି କିମ୍ବା ସନ୍ଦେହସ୍ପଦ ହିସାବ ଦେଉଛନ୍ତି ’’ ସେ ନିଜ ଟ୍ୱିଟର ବିଶ୍ୱବିଦ୍ୟାଳୟର ଦ୍ୱାରା କରାଯାଇଥିବା ହିସାବର ଗ୍ରାଫ୍ ସେୟାର କରିଛନ୍ତି,ଯେଉଁଥଇରେ ଭାରତକୁ ‘ସଢା ସେଓ’ବୋଲି କୁହାଯାଇଛି । ସ୍ଟିଭ୍ ଏଭଳି ଅଭିଯୋଗ ସେହି ସମୟରେ କରିଛନ୍ତି ଯେତେବେଳେ ଭାରତ ସରକାର ପ୍ରତିଦିନ ନୂଆ ଡାଟା ଜାରି କରୁଛନ୍ତି ।

https://twitter.com/steve_hanke/status/1270419137336971264

ଖୁବଶୀଘ୍ର ଭାରତରେ ଇଟାଲୀ ଅବସ୍ଥା

ସ୍ଟିଭ୍ ଚେତାବନୀ ଦେଇଛନ୍ତି ଯେ, ଖୁବଶୀଘ୍ର ଭାରତରେ ଇଟାଲୀ ଭଳି ଅବସ୍ଥା ଦେଖିବାକୁ ମିଳିବ । ପ୍ରଫେସରଙ୍କ ତାଲିକାରେ ଯେଉଁ ସବୁ ଦେଶଙ୍କ ନାମ ରହିଛି ତାହା ମଧ୍ୟରୁ କେବଳ ଦୁଇଟି ଦେଶରେ ଗଣତାନ୍ତ୍ରିକ ସରକାର ରହିଛି । ଭାରତ ସରକାର କମ ଟେଷ୍ଟ କରୁଛନ୍ତି ବୋଲି ସ୍ଟିଭ୍ ଅଭିଯୋଗ କରିଛନ୍ତି ।

ଆମେରିକା ତଟକା,ଭାରତ ସଢା !

ଆମେରିକାରେ କରୋନାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସ୍ଟିଭ୍ ନିଜ ଦେଶକୁ ସଢା ସେଓ ତାଲିକାରେ ରଖି ନାହାନ୍ତି । ଏହାକୁ ନେଇ ସ୍ଟିଭଙ୍କୁ ସମାଲୋଚନା କରାଯାଉଛି ।

Leave a Reply