ଆମେରିକାର ଏମିତି ଜଣେ ରାଷ୍ଟ୍ରପତି ଯିଏ ହାରିଲା ପରେ ବି ହ୍ୱାଇଟ୍ ହାଉସ୍ ଖାଲି କରିନଥିଲେ…ଜାଣନ୍ତୁ କିଏ ?

ଆମେରିକା ନିର୍ବାଚନ ସରିଛି । ଟ୍ରମ୍ପ ପରାସ୍ତ ଓ ଆହତ । କିନ୍ତୁ ସେ ଏଯାଁଏ ଅଙ୍କଲ ଜୋଙ୍କୁ ବିଜୟର ଶୁଭେଛା ଜଣାଇ ନାହାନ୍ତି । ତେଣୁ ଆଶଙ୍କା କରାଯାଉଛି ଯେ, ବାଇଡେନଙ୍କ ହ୍ୱାଇଟ୍ ହାଉସ ପ୍ରବେଶରେ ହୁଏତ ଟ୍ରମ୍ପ କିଛି ବ୍ୟାଘାତ ସୃଷ୍ଟି କରିପାରନ୍ତି । କାରଣ ଆମେରିକା ଇତିହାସରେ ଏମିତି ଗୋଟିଏ ଉଦାହରଣ ରହିଛି ଯେତେବେଳେ ହାରିଥିବା ରାଷ୍ଟ୍ରପତି ହ୍ୱାଇଟ ହାଉସ ଖାଲି କରିବାକୁ ରାଜି ହୋଇନଥିଲେ ।

ଏହା ହେଉଛି ୧୮୦୦ ମସିହାର କଥା । ସେତେବେଳେ ଆମେରିକାରର ରାଷ୍ଟ୍ରପତି ଥାନ୍ତି ଜନ୍ ଆଡାମ୍ସ । ସେ ନିର୍ବାଚନରେ ଥମାସ ଜେଫରସନଙ୍କଠାରୁ ଶୋଚନୀୟ ପରାଜୟ ବରଣ କରିଥାନ୍ତି । କିନ୍ତୁ ଆଡାମ୍ସ ଟ୍ରମ୍ପଙ୍କ ଭଳି ମୁଁ ହାରିନି ମାଳା ଜପୁଥିଲେ । ସେ ହ୍ୱାଇଟ ହାଉସ ଛାଡିବେନି ବୋଲି ଘୋଷଣା କରିଦେଲେ । ଏହା ସହ ନୂଆ ରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତରଣ କରିବାକୁ ମଧ୍ୟ ମନା କରିଦେଲେ । କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟାରେ ପୁରୁଣା ରାଷ୍ଟ୍ରପତି ନୂଆ ରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତରିତ କରିଥାନ୍ତି ।

ପ୍ରତିବର୍ଷ ଆମେରିକାରେ ଚତୁର୍ଥ ବର୍ଷ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ନିଅନ୍ତି । କିନ୍ତୁ ଆଡମ୍ସ ଜେଫରସନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଲେନାହିଁ । ନିଜେ ତ’ ସାମିଲ ହେଲେନି ନିଜ ଅଧିକାରୀଙ୍କୁ ମଧ୍ୟ ଶପଥଗ୍ରହଣ ସମାରୋହରେ ସାମିଲ ନହେବାକୁ ଆଦେଶ ଦେଲେ । ତାଙ୍କର ଏଭଳି ଜିଦ ଆମେରିକାରେ ସାମ୍ବିଧାନିକ ସଂକଟ ସୃଷ୍ଟି କଲା । ଶେଷରେ ଅଧିକାରୀ ମାନେ ଆଡମସଙ୍କଠାରୁ ଆଦେଶ ଗ୍ରହଣ କରିବାକୁ ମନା କରିବା ଆରମ୍ଭ କଲେ । ସିକ୍ରେଟ୍ ସର୍ଭିସେସ୍ ମଧ୍ୟ ତାଙ୍କର କୌଣସି ଆଦେଶ ମାନିଲା ନାହିଁ । ଏଥିରେ ଅପମାନିତ ହୋଇ ଆଡମ୍ସ ୧୮୦୧ରେ ଜେଫରସନଙ୍କୁ ଆଧିକାରୀକ ଭାବେ କ୍ଷମତା ହସ୍ତାନ୍ତରଣ କରିଥିଲେ ।

ଆଡମ୍ସ ହ୍ୱାଇଟ୍ ହାଉସ ଯଦି ଖାଲି କରିନଥିଲେ ତେବେ କିଛି ରାଷ୍ଟ୍ରପତି ଏମିତି ବି ଥିଲେ ଯେଉଁମାନେ ଦୁଃଖୀ ମନରେ କ୍ଷମତା ହସ୍ତାନ୍ତର କରିଥିଲେ । ଆମେରିକାର ୩୧ତମ ରାଷ୍ଟ୍ରପତି ହୁଭର ୩୨ ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଜଭେଲ୍ଟଙ୍କୁ କ୍ଷମତା ହସ୍ତାନ୍ତରଣ କରିବା ବେଳେ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁହିଁଙ୍କ ମଧ୍ୟରେ ସଂପର୍କ ଅତ୍ୟନ୍ତ ଖରାପ ଥିଲା । ଉଭୟ ପରସ୍ପରକୁ ପଶୁ ନାମରେ ଡାକୁଥିଲେ । କ୍ଷମତା ହସ୍ତାନ୍ତରଣ ବେଳେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଝଗଡା ପରେ ଖୋଲା ଗାଡିରେ ଉଭୟ ଚୁପାଚାପ ବସିଥିଲେ । କେହି କାହାରିକି ପଦେ କଥା ମଧ୍ୟ କହିନଥିଲେ ।

ନିକଟ ଅତିତର ଇତିହାସ ଯଦି ଦେଖିବା ତେବେ ବିଲ୍ କ୍ଲିଣ୍ଟନ ଓ ଜର୍ଜବୁସ ଜୁନିଅରଙ୍କ ମଧ୍ୟରେ କ୍ଷମତା ହସ୍ତାନ୍ତରଣ ସହଜରେ ହୋଇନଥିଲା । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବୁଶ ଜୁନିୟରଙ୍କୁ କ୍ଲିଣ୍ଟନ୍ ହ୍ୱାଇଟ୍ ହାଉସକୁ ଡକାଇ ୧୦ ମିନଟ୍ ଅପେକ୍ଷା କରାଇଥିଲେ । ଯଦିଓ ତାଙ୍କ ପାଖରେ କିଛି କାମ ନଥିଲା । ସେହିଭଳି ଜିମି କାର୍ଟର ରୋନାଲ୍ଡ ରେଗାନଙ୍କଠାରୁ ହାରିବା ପରେ ତାଙ୍କୁ ହ୍ୱାଇଟ ହାଉସକୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ସାକ୍ଷାତକାର ବେଳେ କାର୍ଟର ରେଗାନଙ୍କୁ ଗୁରୁତ୍ୱ ଦେଇନଥିଲେ ।ଇତିହାସରୁ ଜଣା ପଡୁଛି ଯେ ,ହାରିଥିବା ରାଷ୍ଟ୍ରପତିଙ୍କ ପାଇଁ ହ୍ୱାଇଟ୍ ହାଉସ ଛାଡିବା କେତେ ଦୁଃଖଦାୟକ ।

Leave a Reply