ଆକ୍ରମଣ ବାବଦରେ ଆଗରୁ ଜାଣିଥିଲା ସିକ୍ରେଟ୍ ସର୍ଭିସେସ୍ ?

ପେନସିଲଭେନିଆ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ । ଏକ ନିର୍ବାଚନୀ ରାଲିରେ ସମ୍ବୋଧନ କରୁଥିବା ବେଳେ ଟ୍ରମ୍ପଙ୍କ ଉପରକୁ ହୋଇଛି ଗୁଳିମାଡ଼ । ଭାଗ୍ୟ ବଶତଃ ଟ୍ରମ୍ପ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କ ଡାହାଣ କାନକୁ ଗୁଳି ଛୁଇଁ ଚାଲି ଯାଇଛି । ତାଙ୍କ କାନରୁ ରକ୍ତ ଝରୁଥିବା ଓ ତାଙ୍କ ମୁହଁରେ ରକ୍ତର ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା । ଗୁଳିମାଡ଼ ପରେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ତାଙ୍କୁ ଘେରିଯାଇ ମଞ୍ଚରୁ ତଳୁକୁ ନେଇ ଆସିଥିଲେ ।

କଡା ସୁରକ୍ଷା ମଧ୍ୟରେ ଟ୍ରମ୍ପଙ୍କ ଉପରକୁ ଏମିତି ଆକ୍ରମଣ ସାରା ବିଶ୍ବରେ ଚର୍ଚ୍ଚାର କାରଣ ପାଲଟିଛି । ଏହାସହ ସିକ୍ରେଟ୍ ସର୍ଭିସେସର କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ପ୍ରତକ୍ଷଦର୍ଶୀଙ୍କ ବୟାନକୁ ଦେଖିଲେ ସିକ୍ରେଟ୍ ସର୍ଭିସେସ୍ ଘଟଣା ସମ୍ପର୍କରେ ଆଗରୁ ଜାଣି ସାରିଥିଲେ ବି କାହିଁକି ସମ୍ପର୍କରେ ଗୁଳିମାଡ଼ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ’ଣ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରାଯିବାକୁ ଫୁଲ ପ୍ରୁଫ୍ ପ୍ଲାନିଂ ହୋଇଥିଲା କି ?

ଏମିତି ବହୁ ପ୍ରଶ୍ନ ମନକୁ ଆସୁଥିବା ବେଳେ ଆସନ୍ତୁ ଜାଣିବା ଘଟଣାକୁ ନେଇ ୩ଟି ବଡ଼ ପଏଣ୍ଟ ସମ୍ପର୍କରେ…

୧. ରାଲିରେ ଗୁଳିମାଡ଼ ବେଳେ ୭୮ ବର୍ଷିୟ ଟ୍ରମ୍ପଙ୍କୁ ତଳେ ବସି ପଡୁଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ସକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ଘେରି କରି ମଞ୍ଚରୁ ତଳକୁ ନେଇ ଯାଇଥିଲେ । ଅନ୍ୟପଟେ ରିପବ୍ଲିକାନର ପାର୍ଥୀଙ୍କୁ ମଞ୍ଚରୁ ତଳକୁ ଆସିବା ବେଳେ ହାତ ମୁଠା କରି ‘ଲଢ, ଆହୁରି ଲଢ’ ବୋଲି କହୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ମିଡିଆ ଅନୁସାରେ, ସନ୍ଧିଗ୍ଧ ଶୁଟରର ମୃତ୍ୟୁ ହୋଇ ସାରିଛି ଏହା ସହ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ।

୨.ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ନିଜ ବୟାନ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଛନ୍ତି ଯେ, ସେ ଶୁଟରକୁ ରାଇଫଲ ସହ ଛାତ ଉପରେ ପେଟେଇ ପେଟେଇ ଯାଉଥିବାର ଦେଖିଛନ୍ତି । ଅନ୍ୟପଟେ ପୋଲିସ ଏବଂ ସିକ୍ରେଟ୍ ସର୍ଭିସ ସଭ୍ୟ ମାନେ ଶୁଟରକୁ ଦେଖିବା ପରେ ବି ତାକୁ ଅଣଦେଖା କରିଥିଲେ । ଏବଂ ଗୁଳି ବର୍ଷା ପରେ ସେମାନେ ସୁଟରକୁ ଗୁଳି ମାରିଥିଲେ ।

୩. ଏହି ଆକ୍ରମଣ ଯୋଗୁଁ ଦୁଇପକ୍ଷର ଆମେରୀକୀୟ ରାଜନେତାମାନେ ଏକାଠି ହୋଇଯାଇଛନ୍ତି । ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ, ଆମେରିକାରେ ଏପରି ହିଂସା ପାଇଁ ସ୍ଥାନ ନାହିଁ । ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଏବଂ ଜର୍ଜ ଡବ୍ଲୁ ବ୍ରୁଶ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।