ଆମେରିକାରେ ଚିନ୍ତା ବଢାଉଛି ବରଫ ଝଡ଼, ଚାରିଆଡ଼େ ବରଫ ଆସ୍ଥର

ନ୍ୟୁୟର୍କ: ଆମେରିକାରେ ପ୍ରବଳ ଥଣ୍ଡା ଏବଂ ବରଫାପାତ ଯୋଗୁଁ ଏପର୍ଯ୍ୟନ୍ତ ୪୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ବରଫ ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ବରଫ ଝଡ଼ରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାର କାର୍ଯ୍ୟ ଏବେ ବି ଲାଗି ରହିଛି । ଏହା ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲୋକେ ନିଜ କାର, ଘରେ ଏବଂ ବରଫ ତଳେ ମୃତ୍ୟୁବରଣ କରିଛନ୍ତି । ବରଫ ଝଡ଼ ଯୋଗୁଁ ୧୫ ହଜାରରୁ ଅଧିକ ବିମାନ ଉଡ଼ାଣ ରଦ୍ଦ କରିଦିଆଯାଇଛି । ଆମେରିକାରେ ଆସିଥିବା ବରଫ ଝଡ଼ ଯୋଗୁଁ ଦେଶରେ ଅନେକ ଭାଗରେ ପ୍ରବଳ ଥଣ୍ଡା ଲାଗି ରହିଛି ।

ପଶ୍ଚିମ ନ୍ୟୁୟର୍କର ଲୋକେ ପ୍ରବଳ ଥଣ୍ଡାରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ସଡ଼କରେ ଅନେକ ଟ୍ରକ୍, ବସ୍, କାର୍ ଆଦି ଗାଡ଼ି ବରଫ ତଳେ ପୋତି ହୋଇ ରହିଛି। ଏହା ତଳେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ ପଠାଇବାକୁ ପୂରା ଟିମ୍ ସଜାଗ ରହିଛି । ତାପମାତ୍ରା ମାଇନସ୍ ୪୫ ଡିଗ୍ରୀକୁ ଖସିଛି । ଆମେରିକାରୁ କାନାଡା ଯାଏ ସାଂଘାତିକ ସ୍ଥିତି । ବରଫ ଝଡ଼ ନେଲାଣି ୪୮ ଜଣଙ୍କର ଜୀବନ । କଲବଲ ହେଉଛନ୍ତି ଆମେରିକାବାସୀ । ବମ୍ ସାଇକ୍ଲୋନରେ ପ୍ରଭାବିତ ହୋଇଛନ୍ତି ୨୫ ଲକ୍ଷରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କର ସିଟି ଅଫ ବୋଫାଲୋ । ସେହିପରି ପଶ୍ଚିମ ଆମେରିକାର ମୋଣ୍ଟାନା ସହରରେ ସ୍ଥିତି ସଙ୍ଗୀନ । ସେଠାରେ ସର୍ବନିମ୍ନ ତାପାମାତ୍ରା ମାଇନସ୍ ୪୫ ଡିଗ୍ରୀ ରହିଛି ।