ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡ଼ିୟମର କରିବେ ଉଦଘାଟନ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ୩୬ ଘଣ୍ଟାର ରହଣିରେ ଅନେକ କାର୍ଯ୍ୟକ୍ରମ ଯୋଗ ଦେବେ ଟ୍ରମ୍ପ୍ ପରିବାର । ଓ୍ୱାଶିଂଟନରୁ ଆସି ସିଧା ଅହମ୍ମଦାବାଦରେ ପ୍ରଥମେ ପହଁଚିବେ । ସେଠାରେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟର ଉଦଘାଟନ କରିବେ ଟ୍ରମ୍ପ୍ । ୨୫ ତାରିଖରେ ଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ହେବ ।
ସେପଟେ ଦିଲ୍ଲୀର ନାନକପୁରା ସରକାରୀ ସ୍କୁଲ ପରିଦର୍ଶନ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ୍ । ଏହି କାର୍ଯ୍ୟକ୍ରମର ଅତିଥି ତାଲିକାରୁ ବାଦ୍ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ । ସେପଟେ ଏହି ଖବରକୁ ସହଜରେ ହଜମ କରିପାରିନି ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୈାଣସି ପ୍ରତିକ୍ରିୟା ଦିଆଯାଇନଥିଲେ ବି ଏହାର ବିଜେପିର ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଛି ।
ସେପଟେ ବିଜେପିର କହିବା କଥା, ଏତେ ବଡ଼ ଦେଶର ରାଷ୍ଟ୍ରପତି ଭାରତ ଆସୁଛନ୍ତି ଏ ସମୟରେ ରାଜନୀତି କରିବା ଠିକ୍ କଥା ନୁହଁ । ଯାହା ନିଷ୍ପତି ହୋଇଛି ସେୟା ହିଁ ହେବ । ଆମ ଆଦମୀ ପାର୍ଟିକୁ ଏଥିରେ କୈାଣସି ସମସ୍ୟା ହେବା ଉଚିତ ନୁହଁ ।