‘ମୁଁ ରାଜନୀତି ଇତିହାସରେ ସବୁଠାରୁ ଖରାପ ପ୍ରାର୍ଥୀଙ୍କ ସହ ଲଢିବାକୁ ଯାଉଛି’: ଡୋନାଲ୍ଡ ଟ୍ରମ୍ପ

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ଫ ଓ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ରାଷ୍ଟ୍ରପତି ଡିବେଡରେ ଜନତାଙ୍କ ମନ ଜିତିବାକୁ ଉଭୟ ପ୍ରୟାସ ଜାରି ରଖିଛନ୍ତି ।

ଜୋ ବିଡେନଙ୍କୁ ଟ୍ରମ୍ଫ ଆମେରିକା ଇତିହାସରେ ସବୁଠାରୁ ଖରାପ ପ୍ରାର୍ଥୀ ବୋଲି କହିଛନ୍ତି । ନର୍ଥ କେରୋଲିନାର ରାଲିରେ ଡିବେଡ୍ ସମୟରେ ଭିଡକୁ ଦେଖି ଟ୍ରମ୍ଫ କରିଛନ୍ତି, ‘ମୁଁ ରାଜନୀତି ଇତିହାସରେ ଆଜି ଜଣେ ସବୁଠାରୁ ଖରାପ ପ୍ରାର୍ଥୀଙ୍କ ସହ ଲଢିବାକୁ ଯାଉଛି । ଯଦି ମୁଁ ହାରିଯାଏ ତେବେ ଏହା ମୋ ପାଇଁ ସବୁଠାରୁ ଚିନ୍ତାର ବିଷୟ ହେବ ।’

ଏହି ଅବସରରେ ଟ୍ରମ୍ଫ ଲୋକଙ୍କୁ ମନେ ପକାଇଦେଇଥିଲେ କିପରି ଭାଷଣ ମଝିରେ ଜୋ ବିଡେନ ପୂର୍ବତନ ରିପବ୍ଲିକାନ ପ୍ରାର୍ଥୀ ମିଟ୍ ରୋମନୀଙ୍କ ନାମ ଭୁଲି ଯାଇଥିଲେ । ଏହାରି ଭିତରେ ଦୁଇ ପ୍ରାର୍ଥୀଙ୍କୁ ନେଇ ଦୁଇଥର ରାଷ୍ଟ୍ରପତି ଡିବେଡ ହୋଇସାରିଛି । ତେବେ ଟ୍ରମ୍ଫ କରୋନା ଆକ୍ରାନ୍ତ ହେବାପରେ ତୃତୀୟ ଡିବେଡ ନେଇ ଆଶଂକା ପ୍ରକାଶ ପାଇଥିଲା । ତେବେ ସେ ସୁସ୍ଥ ହୋଇ ଫେରିବା ପରେ ୧୮ ତାରିଖରେ ହେବାକୁ ଥିବା ତୃତୀୟ ଡିବେଡରେ ଭାଗ ନେଇ ପାରିବେ ବୋଲି କହିଛନ୍ତି ।

Leave a Reply