ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାକୁ ଘାରିଛି ଭୟ, ୮୪ କୋଟି ଟଙ୍କାର ପୁରସ୍କାର ଘୋଷଣା
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବେ କି କମଳା ହାରିସ ଜିତିବେ ତାହା ତ ସମୟ ହିଁ କହିବ । କିନ୍ତୁ ଏହା ମଧ୍ୟରେ ନିଜ ଦେଶର ରାଷ୍ଟ୍ରପତି ନିର୍ବାଚନରେ ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପକୁ ନେଇ ଗଭୀର ଚିନ୍ତା ଏବଂ ଭୟରେ ଆମେରିକା । କେବଳ ଏତିକି ନୁହେଁ, ଆମେରିକୀୟ ଏଜେନ୍ସିମାନେ ମଧ୍ୟ ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ୧୦ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୮୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ସମୟରେ ଚାଲିଥିବା ପ୍ରକ୍ରିୟାରେ ବାହ୍ୟ ରାଷ୍ଟ୍ରମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରୁଛି ଆମେରିକା ।
ଏହି ପ୍ରସଙ୍ଗରେ ଆମେରିକାର ନ୍ୟାୟ ବିଭାଗ ରାଜନୈତିକ ସୁରକ୍ଷା ସେବାକୁ ନେଇ ପୋଷ୍ଟ ଜାରି କରିଛି । ଏଥିରେ ଇରାନର ସାଇବର ଫର୍ମ ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ବ୍ୟାଘାତ ସୃଷ୍ଟି କରିଥିବା ନେଇ ସୂଚନା ରହିଛି । ଏଥର ବି ପୁର୍ନବାର ଏପରି ସାଇବର ଫର୍ମ ହେବା ନେଇ ଆଶଙ୍କ ନେଇ ଭୟରେ ଆମେରିକା । ତେବେ ଏସମ୍ପର୍କରେ ଯିଏ ସୂଚନା ଦେବ ତାକୁ ଏହି ପୁରସ୍କାର ରାଶି ଦିଆଯିବା ନେଇ ଆମେରିକା ଘୋଷଣା କରିଛି ।
ଆମେରିକାକୁ ରୁଷ୍ ଏବଂ ଇରାନର ଭୟ
ଆହୁରି ମଧ୍ୟ ଏଥିରେ ଇରାନର ଇସଲାମିକ୍ ବିପ୍ଲବୀ ଗାର୍ଡ ଅଫିସରଙ୍କ ମଧ୍ୟରୁ କିଛି ଲୋକଙ୍କ ଫଟୋ ଜାରି କରି ଆମେରିକା ଏବଂ ଏମାନେ ୨୦୨୪ ନିର୍ବାଚନରେ ହସ୍ତକ୍ଷେପ ପାଇଁ ପ୍ରୟାସ କରିପାରନ୍ତି ବୋଲି ଲେଖାଯାଇଛି । ଯଦି କାହା ପାଖରେ ଏମାନଙ୍କ ସମ୍ବନ୍ଧରେ କିଛି ତଥ୍ୟ ଅଛି ତେବେ ସେମାନଙ୍କୁ ୧୦ମିଲିୟନ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା ହୋଇଛି । ସେପଟେ ଆମେରିକା ପ୍ରସାଶନ ଦ୍ୱାରା ରୁଷ୍ ଗଣମାଧ୍ୟମ ସଂଗଠନ ସହ ଜଡିତ କିଛି ଲୋକଙ୍କର ମଧ୍ୟ ଫଟୋ ପ୍ରକାଶ କରାଯାଇଛି ଏବଂ ଏମାନେ ଆମେରିକୀୟ ନିର୍ବାଚନ ବିଷୟରେ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା କୁହାଯାଇଛି ।