ଆଜି ଜୋ ବିଡେନଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କର ଜୋରଦାର ଟକ୍କର
1 min readଲଣ୍ଡନ: ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନଙ୍କ ସହ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କର ଜୋରଦାର ଟକ୍କର ହେଉଛି । ରାଷ୍ଟପତି ନିର୍ବାଚନ ପାଇଁ ରିପ୍ଲବିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଟିର ଜୋ ବିଡେନଙ୍କ ମଧ୍ୟରେ କଡା ଟକ୍କର । ଅନେକ ରାଜ୍ୟରେ ମତଦାନ ସରିଥିବା ବେଳେ ଏବେ ମେଲ ଇନ ଭୋଟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଭୋଟରେ ଜୋ ବିଡେନ ଆଗରେ ଅଛନ୍ତି । କିନ୍ତୁ ଟ୍ରମ୍ପଙ୍କ ପ୍ରତି ସମର୍ଥନ ବଢ଼ିପାରେ ବୋଲି ଆକଳନ କରାଯାଉଛି । ବିଶେଷ କରି ୮ଟି ରାଜ୍ୟର ଫଳାଫଳ ଶେଷ ମୁହୂର୍ତ୍ତରେ ବଦଳିପାରେ । ଫ୍ଲୋରିଡାରେ ୨୯ଟି ଇଲେକ୍ଟ୍ରୋଲ ଭୋଟ ଥିବା ବେଳେ ଜୋ ବିଡେନଙ୍କୁ ୪୮ ପ୍ରତିଶତ ଏବଂ ଟ୍ରମ୍ପଙ୍କୁ ୪୬ ପ୍ରତିଶତ ସମର୍ଥନ ମିଳିଛି ।
ପେନସିଲଭେନିଆରେ ୨୦ଟି ଭୋଟ ଥିବା ବେଳେ ବିଡେନଙ୍କୁ ୫୦ ପ୍ରତିଶତ, ଟ୍ରମ୍ପଙ୍କୁ ୪୫ ପ୍ରତିଶତ ସମର୍ଥନ ମିଳିଛି । ଓହିଓରେ ୧୮ଟି ଭୋଟ ଥିବା ବେଳେ ବିଡେନଙ୍କୁ ୪୬ ପ୍ରତିଶତ ଓ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ସମର୍ଥନ ମିଳିଛି । ଏହିଭଳି ୮ଟି ରାଜ୍ୟରେ ବିଡେନ ଓ ଟ୍ରମ୍ପଙ୍କ ମଧ୍ୟରେ କଡା ଟକ୍କର ହେଉଛି । ନିର୍ବାଚନ ପୂର୍ବରୁ ଏହାକୁ ଆନୁମାନିକ ଟ୍ରେଣ୍ଡ ବୋଲି କୁହାଯାଉଛି। ଆମେରିକାର ନିର୍ବାଚନ ସାଉଥ ଏସିଆ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ବିଶେଷ କରି ଭାରତ ଉପରେ ଏହାର କଣ ପ୍ରଭାବ ପଡିବ ? ଡୋନାଲ୍ଡ ଟ୍ରମ୍ପ ଭାରତକୁ ମିତ୍ର ରାଷ୍ଟ୍ର କହୁଥିବା ବେଳେ ଅନେକ ଥର ସମାଲୋଚନା କରିଛନ୍ତି ।
ଜୋ ବିଡେନ ଭାରତ ସହ ମିଶି କାମ କରିବେ ବୋଲି ପ୍ରଚାର ବେଳେ କହିଛନ୍ତି । କିନ୍ତୁ ସ୍ଥିତି ବର୍ତ୍ତମାନର ଅନୁସାରେ ଯିଏ ବି ରାଷ୍ଟ୍ରପତି ହେଲେ ମଧ୍ୟ ଭାରତ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ । ତେବେ ଆମେରିକାରେ ରାଷ୍ଟ୍ରପତି ବଦଳିଲେ ଚୀନ ପାଇଁ ନିହାତି ଭାବେ ଲାଭଦାୟକ ହେବ । ଆମେରିକାର ଭୋଟର ନିଜ କ୍ଷେତ୍ରରେ ଥିବା ଇଲେକ୍ଟର୍ସଙ୍କୁ ଚୟନ କରନ୍ତି । ଶେଷରେ ସେହି ଇଲେକ୍ଟର୍ସମାନେ ହିଁ ରାଷ୍ଟ୍ରପତିଙ୍କ ପାଇଁ ଭୋଟ ଦିଅନ୍ତି । ଇଲେକଟର୍ସମାନେ ନିଜ ମନ ମୁତାବକ ଭୋଟ ଦେଇଥାନ୍ତି । ସେମାନେ ଚାହିଁଲେ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ କରିପାରିବେ । ଏଭଳି କ୍ଷେତ୍ରରେ ଆମେରିକାର ମତଦାତାଙ୍କ ସହ ଇଲେକଟର୍ସଙ୍କ ମତଦାନ ଉପରେ ନଜର ରହିଛି ।