ଚୀନକୁ ପାନେ ଦେବାକୁ ଆମେରିକାର ପ୍ଲାନ୍-୧୮, ସାଥ୍ ଦେବ ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ସହ ଲଢ଼ୁଥିବା ଆମେରିକା, ଚୀନ ଉପରେ ପୂରା ଖପ୍ପା ହୋଇ ରହିଛି । ଏମିତିକି ଚୀନ କରୋନା ଭାଇରସକୁ ସମସ୍ତଙ୍କୁ ଲୁଚାଇବା ସହ ଯାଞ୍ଚରେ ସହଯୋଗ କରୁନଥିବା ଆମେରିକା ଅଭିଯୋଗ କରିଆସୁଛି । ଏହାରି ଭିତରେ ଆମେରିକାର ଜଣେ ସାସଂଦ କୋଭିଡ୍ ମହାମାରୀ ତଥ୍ୟ ଲୁଚାଇଥିବାରୁ ଚୀନକୁ ଦାୟୀ କରିବାକୁ ୧୮ ସୂତ୍ରୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ପ୍ରମୁଖ ଭୂମିକା ନିଭାଇବ ଭାରତ ।

ଆମେରିକା ସିନେଟର ଥାମ ଟିଲିସ କହିଛନ୍ତି, ଚୀନର କମ୍ୟୁନିଷ୍ଟ ସରକାର ଯୋଗୁଁ ଆମେରିକାର ଲକ୍ଷାଧିକ ଲୋକ କରୋନାରେ ପୀଡ଼ିତ । ଏହା ଏଭଳି ଦେଶ ଯିଏ ନିଜ ନାଗରିକଙ୍କୁ ବନ୍ଦୀ କରି ଆମ ସହଯୋଗୀ ଦେଶକୁ ସାର୍ବଭୌମତ୍ୱ ନେଇ ଧମକ ଦେଇଥାଏ ।

ଭାଇରସ୍ ନେଇ ଚୀନ ମିଛ ତଥ୍ୟ ଦେଇଥିବାରୁ ତା’ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି । ଏପରିକି ୨୦୨୦ରେ ହେବାକୁ ଥିବା ଶୀତକାଳୀନ ଅଲମ୍ପିକ ବେଜିଂରୁ ଫେରାଇ ନେବାକୁ ଅନ୍ତଃରାଷ୍ଟ୍ରୀୟ ଅଲମ୍ପିକ ସମିତିକୁ ଅନୁରୋଧ କରିଛନ୍ତି ଟିଲିସ୍ । ଆମେରିକାର ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଭା ଓ ଅର୍ଥବ୍ୟବସ୍ଥାକୁ ଖରାପ କରିଥିବାରୁ ଚୀନ କ୍ଷତିପୂରଣ ଦେଉ ।

ଏହି ଯୋଜନାରେ ପେସିଫିକ୍ ଡିଟରେନ୍ସ ଇନସିଏଟିଭ୍ ନାମକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଦାବି କରାଯାଇଛି । ଯେଉଁଥିରେ ୨୦ ବିଲିୟନ ଡଲାର ସେନା ଉପକରଣ ଫଣ୍ଡିଂ ଆମେରିକା ପକ୍ଷରୁ କରାଯିବ । ଏଥିରେ ସହଯୋଗୀ ଦଜେଶ ସହିତ ସେନା ମଜଭୁତ୍ ହେବ ।

ଏହା ବ୍ୟତୀତ୍ ଭାରତ, ତାଇୱାନ ଓ ଭିଏତନାମକୁ ଷ୍ଟେଟ୍ ଅଫ୍ ଦି ଆର୍ଟ ସୈନ୍ୟ ଉପକରଣ ବିକ୍ରି ପାଇଁ ଅନୁମତି ଦେବାକୁ ଦାବି ହୋଇଛି । ଜାପାନ ଓ ଦକ୍ଷିଣ କୋରିଆର ସେନା ପୁନଃଗଠନ ଓ ଘାତକ ମିଲିଟାରୀ ଉପକରଣ ପାଇଁ ସାହାଯ୍ୟ ଦେବାକୁ ନିବେଦନ କରାଯାଇଛି ।

ଚୀନରେ ଥିବା ସମସ୍ତ ଆମେରିକୀୟ ଉତ୍ପାଦନକାରୀ କମ୍ପାନୀଙ୍କୁ ଫେରାଇ ଅଣାଯିବ । ଏଥିଯୋଗୁଁ, ଚୀନ ଉପରେ କୌଣସି ସାମଗ୍ରୀ ପାଇଁ ଆଉ ନିର୍ଭର କରିବାକୁ ପଡ଼ିବନି । ଆଉ ଟେକ୍ନୋଲୋଜିର ବ୍ୟବହାର କରି ଚୀନ ଚୋରି କରୁଥିବା ଡାଟାକୁ ରୋକିବାକୁ ପଡ଼ିବ । ଆମେରିକାର ସହଯୋଗୀ ଦେଶ ଚୀନ ଉପରେ ପ୍ରତିବନ୍ଧକ ଲଗାଇବା ଦରକାର । ଚୀନରେ ହୋଇଥିବା ଆମେରିକା ପେନସନ୍ ନିଧି ନିବେଶକୁ ଫେରାଇ ନିଆଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି ।

କରୋନାକୁ ମାରିବାକୁ ବୈଜ୍ଞାନିକମାନେ ଖୋଜିଲେ ନୂଆ ଉପାୟ !

Leave a Reply