ଗୀତାରେ ହାତ ରଖି ଶପଥ ନେଲେ ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ FBI ମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ: ଏଫ୍ବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଲେ ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ହେଲେ ସେ ଯେପରି ଭାବେ ଶପଥ ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି। ଶୁକ୍ରବାର ସେ ଭଗବତ ଗୀତା ଉପରେ ହାତ ରଖି ଶପଥ ନେଇଥିଲେ। ଶପଥ ନେବା ସମୟରେ ପରିବାର ସଦସ୍ୟ ତାଙ୍କ ପାଖରେ ଛିଡା ହୋଇଥିଲେ ।
ଶପଥ ନେବା ପରେ ସେ ତାଙ୍କ ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ଏହାସହ ସ୍ତ୍ରୀଙ୍କୁ ଆଲିଙ୍ଗନ କରିଥିଲେ । ଶପଥ ନେବା ସମୟରେ ତାଙ୍କ ପାଖରେ ଥିବା ଭାରତୀୟ ସଂସ୍କୃତି ଭଲଭାବରେ ବାରି ହୋଇପଡୁଥିଲା । ନବମ ଏଫ୍ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ ତୁଲାଇବେ। କାଶ୍ ପଟେଲଙ୍କ ଘର ଗୁଜରାଟରେ । ୭ରୁ ୮ ଦଶକ ପୂର୍ବରୁ ତାଙ୍କ ପରିବାର ଭାରତ ଛାଡି ଉଗାଣ୍ଡା ପଳାଇଯାଇଥିଲା। ତାଙ୍କ ସମସ୍ତ ସମ୍ପର୍କୀୟ ଏବେ ବିଦେଶରେ ରହୁଛନ୍ତି ।