ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଦୁଇ ପ୍ରାର୍ଥୀ ସମାନ ଭୋଟ ପାଇଲେ ସ୍ଥିତି ହେବ କଣ?
1 min readନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାଣ୍ଟେ କି ଟକ୍କର। ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ- କିଏ ହେବେ ହ୍ବାଇଟ ହାଉସ ବସ୍- ତାହାକୁ ନେଇ ସାରା ବିଶ୍ବର ନଜର। ତେବେ ସର୍ଭେ କହୁଛି ଦୁଇ ପ୍ରାର୍ଥୀଙ୍କ ମଧ୍ଯରେ ବିଜୟର ବ୍ଯବଧାନ ବହୁତ କମ୍ ହେବ। ଆମେରିକାର ଇଲେକ୍ଟୋରାଲ କଲେଜର ଭୋଟ ହେଉଛି ୫୩୮। ତେବେ ଯଦି ଦୁଇ ପ୍ରାର୍ଥୀ ୨୬୯ ଲେଖାଏଁ ଭୋଟ ପାଆନ୍ତି ତେବେ ସ୍ଥିତି କଣ ହେବ। ରାଷ୍ଟ୍ରପତି ଭାବେ ବିଜୟ ଲାଗି ମ୍ଯାଜିକ ନମ୍ବର ହେଉଛି ୨୭୦।
ସମ୍ବିଧାନର ଧାରା ୨, ଉପଧାରା ୧ ଅନୁସାରେ ସିନେଟ ଉପରାଷ୍ଟ୍ରପତିଙ୍କୁ ଓ ପ୍ରତିନିଧି ସଭା ରାଷ୍ଟ୍ରପତିଙ୍କୁ ଚୟନ କରିବ। ଦ୍ବାଦଶ ସଂଶୋଧନ ଅନୁସାରେ ଇଲେକ୍ଟୋରାଲ ଭୋଟକୁ ଆଧାର କରି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ଯରୁ ଟପ୍ – ଥ୍ରୀ ପ୍ରାର୍ଥୀଙ୍କ ମଧ୍ଯରୁ ଜଣକୁ ଚୟନ କରିବେ। ସେହିପରି ସିନେଟରମାନେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ଯରୁ ପ୍ରଥମ ୨ ପ୍ରାର୍ଥୀଙ୍କ ମଧ୍ଯରୁ କାହାରିକୁ ଚୟନ କରିବେ। ୧୮୨୪ରେ ଆମେରିକା ଇତିହାସରେ ଏପରି ଏକ ବିରଳ ଘଟଣା ଘଟିଥିଲା। ୪ ରାଷ୍ଟ୍ରପତି ପ୍ରାର୍ଥୀ ସମାନ ସମାନ ଭୋଟ ପାଇଥିବାରୁ ବିକଳ୍ପ ବ୍ଯବସ୍ଥା ଅନୁସାରେ ଜନ କ୍ବିନସି ଆଡାମସ ବିଜୟୀ ହୋଇଥିଲେ। ପରାସ୍ତ ହୋଇଥିଲେ ଆଣ୍ଡ୍ରିଉ ଜ୍ଯାକସନ। ପ୍ରତିନିଧି ସଭାରେ ୪୩୫ ସଦସ୍ଯ ଥିବାବେଳେ ସିନେଟରେ ରହିଛନ୍ତି ୧୦୦ ସଦସ୍ଯ।