କରୋନା ସଙ୍କଟ ଉପରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଏବେ ଆମେରିକାରେ ରହିପାରିବେନି ବିଦେଶୀ ନାଗରିକ

1 min read

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ସହ ଯୁଦ୍ଧ କରୁଥିବା ଆମେରିକା ଇମିଗ୍ରେସନ କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସକାଳେ ଏହା ଘୋଷଣା କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାହାରୁ କୌଣସି ବ୍ୟକ୍ତି ଆମେରିକାରେ ପ୍ରବେଶ କରି ରହିପାରିବେ ନାହିଁ । ଟ୍ୱିଟ୍ ଯୋଗେ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନା ଭାଇରସ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ଆଖି ଆଗରେ ରଖି ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି ।

କରୋନା ଭଳି ଅଦୃଶ୍ୟ ଶତୃ ଆକ୍ରମଣ  ଯୋଗୁଁ ଯେଉଁ ସ୍ଥିତି ଉପୁଜିଛି, ତାଠାରୁ ଆମ ଆମେରିକା ବାସୀଙ୍କୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଟ୍ରମ୍ପ । ତେବେ ଏହା ସ୍ପଷ୍ଟ ଯେ ଆଗାମୀ ଆଦେଶ ପର୍ଯ୍ୟନ୍ତ କଣସି ବିଦେଶୀ ନାଗରିକ ଆମେରିକାରେ ପ୍ରବେଶ କରିପାରିବେ ନାହିଁ । ବିଶ୍ୱ ବ୍ୟାପି ଲୋକ ଆମେରିକାକୁ ଚାକିରୀ ଏବଂ ବ୍ୟବସାୟ କରିବା ପାଇଁ ଆସନ୍ତି ଏବଂ ପରବର୍ତ୍ତୀ ସମୟରେ ସିଟିଜେନସିପ ପାଇଁ ଆପ୍ଲାୟ କରନ୍ତି ।

କରୋନା ଭାଇରସ ଯୋଗୁଁ ଆମେରିକାରେ ଏବେ ସବୁଠୁ ବଡ଼ ସଙ୍କଟର ସାମ୍ନା କରୁଛି । ବିଗତ ଦୁଇ ମାସ ମଧ୍ୟରେ ଆମେରିାରେ ୧ କୋଟିରୁ ଅଧିକ ଲୋକ ନିଜର ଚାକିରୀ ହରେଇ ସାରିଲେଣି ଏବଂ ବେରୋଜଗାରୀଙ୍କୁ ମିଳୁଥିବା ସୁବିଧା ପାଇଁ ଆପ୍ଲାୟ କରିସାରିଛନ୍ତି ।

 

Leave a Reply