WWE ରିଙ୍ଗରେ ଯାହାଙ୍କୁ ଟ୍ରମ୍ପ୍ ଲଣ୍ଡା କରିଥିଲେ,ତାଙ୍କ ପତ୍ନୀଙ୍କୁ କଲେ ଶିକ୍ଷାମନ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ନିଷ୍ପତ୍ତି ନେଉଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଉଛି । ଟ୍ରମ୍ପ ମଙ୍ଗଳବାର ଦିନ WWEର ପୂର୍ବତନ ସିଇଓ ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି । କଥା ହେଉଛି, ଲିଣ୍ଡା ମ୍ୟାକମୋହନଙ୍କ ସ୍ବାମୀଙ୍କୁ  WWE ରିଙ୍ଗରେ ସମସ୍ତଙ୍କ ସାମ୍ନାରେ ଟ୍ରମ୍ପ ଲଣ୍ଡା କରିଥିଲେ । ଯାହାର ଫଟୋ ଆଉ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏକ ବିବୃତ୍ତି ଟ୍ରମ୍ପ କହିଛନ୍ତି,ଆମେ ରାଜ୍ୟକୁ ଭଲ ଶିକ୍ଷା ଦେବୁ, ଆଉ ଏହି ପ୍ରୟାସର ନେତୃତ୍ବ ଲିଣ୍ଡା ନେବେ । ତାଙ୍କୁ ସରକାରରେ ପ୍ରାୟ ୪୦୦୦ ପଦବୀ ପୂରଣ କରିବାର ଦାୟିତ୍ବ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ମ୍ୟାକମୋହନଙ୍କ  ଅଭିଜ୍ଞତା ବିଷୟରେ ଟ୍ରମ୍ପ କହିଛନ୍ତି କନେକ୍ଟିକଟ୍ ବୋର୍ଡ ଅଫ ଏଜୁକେସନରେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଓ ଘରୋଇ କ୍ୟାଥୋଲିକ ସ୍କୁଲ ସିକ୍ରେଡ ହାର୍ଟ ୟୁନିଭରସିଟିର ଟ୍ରଷ୍ଟି ବୋର୍ଡରେ ତାଙ୍କର ୧୬ ବର୍ଷର କାର୍ଯ୍ୟକାଳ ବିଷୟରେ ଉଲ୍ଲେଖ କରିଛନ୍ତି ।

ଟ୍ରମ୍ପ ଲିଣ୍ଡାଙ୍କ ପରିବାରକୁ ବହୁତ ନିକଟରୁ ଜାଣିଛନ୍ତି । ୧୯୮୦ ଦଶକରେ ଲିଣ୍ଡାଙ୍କ ପତି ବିସ ମ୍ୟାକମୋହନ WWE ରେସଲମାନିଆ ୪  ଏବଂ ୫କୁ ପ୍ରୟୋଜିତ କରିଥିଲେ । ଏହି ମେଗା ଇଭେଣ୍ଟଗୁଡିକ ଆଟଲାଣ୍ଟିକ୍ ସିଟିର ଟ୍ରମ୍ପ ପ୍ଲାଜାରେ ଆୟୋଜିତ ହୋଇଥିଲା  । ଏହା ପରେ, ୨୦୦୭ ରେ ରେସଲେମାନିଆ ୨୩ ସମୟରେ ଏକ ନାଟକୀୟ ଘଟଣା ଘଟିଥିଲା,  ​​ଯାହାକୁ କେହି ଆଶା କରିନଥିବେ  । ୧ ଏପ୍ରିଲ ୨୦୦୭ ରେ ଟ୍ରମ୍ପ ଭିନ୍ସ ମ୍ୟାକମୋହନଙ୍କୁ ଲଣ୍ଡା କରିଥିଲ । ଝଗଡା ସେତେବେଳେ ଆରମ୍ଭ ଯେତେବେଳେ ଶୋମ୍ୟାନ୍ ଡୋନାଲ୍ଡ ଟ୍ରମ୍ପ ଜନତାଙ୍କ ମଧ୍ୟରେ ଟଙ୍କା ପିଙ୍ଗିଥିଲେ ।  ଯେଉଁଠାରେ ଉଭୟ ବିଲିୟନେୟାର ସେମାନଙ୍କ ତରଫରୁ ଲଢିବା ପାଇଁ WWE ରେସଲର ଚୟନ କରିଥିଲେ | ବବି ଲଶଲିଙ୍କ ଉପରେ ଟ୍ରମ୍ପ ଭରଷା କରିଥିବାବେଳେ ମ୍ୟାକମାହନ୍ ଉମାଗାଙ୍କୁ ସମର୍ଥନ କରିଥିଲେ । ସର୍ବସାଧାରଣରେ ହାରିଯାଇଥିବା ବ୍ୟକ୍ତିଙ୍କୁ ଲଣ୍ଡା କରାଯାଇଥିଲା ।