ଟେକ୍ କମ୍ପାନୀ ପରେ କ୍ରିକେଟରେ ଭାରତୀୟଙ୍କ ଦବଦବା
1 min readଓ୍ବାଶିଂଟନ: ଆମେରିକାରେ ରାଜ୍ କରୁଛନ୍ତି ଭାରତୀୟ । ସେ ଟେକ୍ନୋଲୋଜୀ କମ୍ପାନୀ ହେଉ କି କ୍ରିକେଟ । ସବୁ କ୍ଷେତ୍ରରେ ନିଜର ଦବଦବା ଜାହିର କରିଛି ଭାରତ । ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ନୂଆ ସିଇଓ ଭାବରେ ଯୋଗ ଦେଇଛନ୍ତି ଭାରତୀୟ ପରାଗ ଅଗ୍ରଓ୍ବାଲ । ଆମେରିକାରେ ଏମିତି ଅନେକ ଗ୍ଲୋବାଲ କମ୍ପାନୀ ରହିଛି ଯାହାର ମୁଖ୍ୟ ହେଉଛନ୍ତି ଭାରତୀୟ । ତେବେ ଏହା ଖାଲି ଟେକ୍ କମ୍ପାନୀ ପର୍ଯ୍ୟନ୍ତ ସୀମିତ ରହିନାହିଁ । ଆମେରିକା କ୍ରିକେଟ ଟିମର ଅଧିନାୟକ ମଧ୍ୟ ଜଣେ ଭାରତୀୟ ।
Both off the field and on it ? https://t.co/iBk5wXu0AJ pic.twitter.com/YyABN5UA1z
— Wasim Jaffer (@WasimJaffer14) November 30, 2021
ଯଦିଓ ଆମେରିକା ବିଶ୍ବ କ୍ରିକେଟରେ ନିଜର ଜଲଓ୍ବା ଦେଖାଇ ନାହିଁ । କିନ୍ତୁ ବର୍ତ୍ତମାନ କ୍ରିକେଟକୁ ନେଇ ଆମେରିକାରେ କ୍ରେଜ୍ ବଢ଼ିବାରେ ଲାଗିଛି । ଆମେରିକା ନ୍ୟାସନାଲ କ୍ରିକେଟ ଟିମରେ ଅଧିନାୟକ ସୌରଭ ନେତ୍ରାଭାଲକର ମଧ୍ୟ ଜଣେ ଭାରତୀୟ । ସୌରଭ ଭାରତ ପକ୍ଷରୁ ଅଣ୍ଡର-୧୯ ଦଳରେ ସାମିଲ ମଧ୍ୟ ଥିଲେ । ଅନ୍ୟପକ୍ଷରେ ଭାରତରେ ହେଉଥିବା କୁଚ ବିହାର ଟ୍ରଫିରେ ମଧ୍ୟ ନିଜର ଜଲଓ୍ବା ଦେଖାଇ ସାରିଛନ୍ତି ସୌରଭ ।
USA benefits greatly from Indian talent!
— Elon Musk (@elonmusk) November 29, 2021
ପରାଗ ଅଗ୍ରଓ୍ବାଲ ଟ୍ବିଟର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଟେସଲା ସିଇଓ ଏଲନ ମସ୍କ ଟ୍ବିଟ କରି କହିଥିଲେ କି ଆମେରିକାକୁ ଭାରତୀୟ ଟ୍ୟାଲେଣ୍ଟମାନଙ୍କଠାରୁ ବହୁତ ଫଇଦା ମିଳୁଛି । ଏହି ଟ୍ବିଟର ଜବାବରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର ଟ୍ବିଟ କରି ଲେଖିଥିଲେ କି କେବଳ ଟେକ୍ କମ୍ପାନୀରେ ନୁହେଁ କ୍ରିକେଟରେ ବି ଆମେରିକା ଟିମରେ ଅଧିନାୟକତ୍ବ କରୁଛନ୍ତି ଜଣେ ଭାରତୀୟ ।
Still remember the special day when I got my first Ranji Trophy Cap from you @WasimJaffer14 !@usacricket @MiLCricket https://t.co/t61CB1ZHN7
— Saurabh Netravalkar (@Saurabh_Netra) November 30, 2021
ଓ୍ବାସିମ ଜାଫରଙ୍କ ଏହି ଟ୍ବିଟକୁ ସୌରଭ ନେତ୍ରାଭାଲକର ରିଟ୍ବିଟ କରି କହିଛନ୍ତି ମୋର ଏବେ ବି ମନେ ଅଛି ଆପଣ ମୋତେ ରଣଜୀ ଟିମର କ୍ୟାପ ଦେଇଥିଲେ । ଟ୍ବିଟର ସିଇଓ ଭାବରେ ପରାଗ ଅଗ୍ରଓ୍ବାଲ ନାଁ ସାମ୍ନାକୁ ଆସିବା ପରେ ସୌରଭ ନେତ୍ରାଭାଲକର ବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛନ୍ତି ।