spot_img

Latest Posts

ଆମେରିକା: ମଣିଷ ଶରୀରରେ ପହଞ୍ଚିଲା ବାର୍ଡ ଫ୍ଲୁ, ଦୁନିଆର ଦ୍ୱିତୀୟ ମାମଲା, ଏଜେନ୍ସି ସତର୍କ

ଓ୍ୱାଶିଂଟନ୍‌: ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ସୁରକ୍ଷା କେନ୍ଦ୍ର  ଦେଇଛି ନୂଆ ରିପୋର୍ଟ । US Centers for Disease Control and Prevention ର କହିବା ହେଉଛି, କୋଲୋରାଡୋରେ ଜଣେ ବ୍ୟକ୍ତି ବର୍ଡ଼ ଫ୍ଲୁ’ର ଶିକାର ହୋଇଥିଲେ । ଯାହା ଆମେରିକାର ପ୍ରଥମ ମାମଲା ଏବଂ ବିଶ୍ୱର ଦ୍ୱିତୀୟ ମାମଲା ।  ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ହେଉଛି ଉକ୍ତ ବ୍ୟକ୍ତି ଜଣକ କୁକୁଡ଼ା ସମ୍ପର୍କରେ ଆସିଥିଲେ ।  ତେବେ ଦୁନିଆର ପ୍ରଥମ ମାମଲା ଚୀନରୁ ଆସିଥିଲା । ଯେଉଁଠାରେ ଏକ ୪ ବର୍ଷର ଶିଶୁ ଏହାର ଶିକାର ହୋଇଥିଲା । ଏହା ଥିଲା ପ୍ରଥମ ମାନବ ସଂକ୍ରମଣ ।

ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, କୋଲୋରାଡୋରେ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କ ସମ୍ପର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି। ଏହି ବ୍ୟକ୍ତି କୁକୁଡ଼ା ସମ୍ପର୍କରେ ଆସିଥିଲେ । କାରଣ ସେ ଫାର୍ମରେ କାମ କରୁଥିଲେ । ବ୍ୟକ୍ତିଙ୍କ ନାକରୁ ନମୂନା ସଂଗ୍ରହ କରାଯାଇଥିଲା ଏବଂ ଏପ୍ରିଲ ୨୭ରେ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପୂର୍ବରୁ ମଧ୍ୟ ଏହି ବ୍ୟକ୍ତିଙ୍କ ନମୂନା ପରୀକ୍ଷଣ ହୋଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲା। ଆମେରିକାର ଅଧିକାରୀ କହିଛନ୍ତି, ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ ସତର୍କତା ଅବଲମ୍ୱନ କରାଯାଉଛି। ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି।
ଅଧିକାରୀଙ୍କ କହିବା ହେଉଛି ସାଧାରଣ ଲୋକଙ୍କୁ ସଂକ୍ରମିତ ହେବାର ଆଶଙ୍କା ଖୁବ୍‌ କମ୍‌ । କାରଣ ବ୍ୟକ୍ତିରୁ ବ୍ୟକ୍ତିକୁ ସଂକ୍ରମିତ ହୋନଥାଏ ।  ଯାହା ଖୁବ୍‌ କାଁ ଭାଁ । ତେବେ ଆମେରିକାର ଏହା ସମ୍ପଦ୍ଧୀୟ ଅନ୍ୟ କୌଣସି ଭ୍ୟାରଆଣ୍ଟ ମିଳିନଥିବା କୁହାଯାଉଛି ।

Latest Posts

Don't Miss