spot_img

Latest Posts

ସ୍ପୁଟନିକ୍-ଭି ଓ ଆଷ୍ଟ୍ରାଜେନେକା ଟିକା ହ୍ରାସ କରାଉଛି ମୃତ୍ୟୁହାର: ଆର୍ଜେଣ୍ଟିନାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ବ୍ୟୁନସ ଆୟର୍ସ: ଆର୍ଜେଣ୍ଟିନାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଅଧ୍ୟୟନ ଦେଇଛି ଆଶ୍ୱସ୍ଥି । ଏହି ଅଧ୍ୟୟନରେ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଏଥିରେ   କୁହାଯାଇଛି ଯେ କରୋନା ଭାଇରସ ବିରୁଦ୍ଧରେ ସ୍ପୁଟନିକ୍-ଭି କିମ୍ବା ଆଷ୍ଟ୍ରାଜେନେକା ଟିକାର ଗୋଟିଏ ମାତ୍ର ଡୋଜ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାରକୁ ୭୦-୮୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବ । ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ ଆଉ ମଧ୍ୟ କୁହାଯାଇଛି ଯେ, ୬୦ ବର୍ଷ କିମ୍ବା ୬୦ରୁ ଉର୍ଦ୍ଧ୍ୱ ବୟସର ରୋଗୀଙ୍କୁ ଦିଆଯାଉଥିବା ଟିକାର ଡୋଜଗୁଡ଼ିକର କ୍ଷମତାର ମୂଲ୍ୟାଙ୍କନରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଅଧ୍ୟୟନରେ କୁହାଯାଇଛି ଯେ ଏହି ଟିକାଗୁଡ଼ିକର ମାତ୍ର ଦୁଇଟି ଡୋଜରେ ମୃତ୍ୟୁ ହାର ୯୦ ପ୍ରତିଶତକୁ ହ୍ରାସ ପାଇଥାଏ। ରିସର୍ଚ୍ଚ ସମୟରେ, ୬୦ ବର୍ଷରୁ ଅଧିକ ବୟସର ୪,୭୧,୬୮୨ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଅନ୍ୟପକ୍ଷରେ, ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୮କୋଟିରୁ ଅଧିକ ହୋଇଛି ଏବଂ ୩୯.୦୯ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଆମେରିକାର ଜାନ୍ ହାପକିନ୍ସ ୟୁନିଭରସିଟିର ବିଜ୍ଞାନ ଏବଂ ଇଞ୍ଜିନିୟରିଂ କେନ୍ଦ୍ର (CSSE) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବିଶ୍ୱର ୧୯୨ଟି ଦେଶ ବା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢି ୧୮କୋଟି ୪ ଲକ୍ଷ ୧୦ ହଜାର ୧୩୧କୁ ବୃଦ୍ଧି ପାଇଥିବାବେଳେ ୩୮ ଲକ୍ଷ ୯୮ ଲୋକଙ୍କ ଏହି ମହାମାରୀ ଯୋଗୁଁ ପ୍ରାଣ ଯାଇଛି । ସେହିଭଳି ବିଶ୍ୱର ସବୁଠୁ ଅଧିକ ଶକ୍ତିଶାଳି ଦେଶ ଭାବରେ ଚିହ୍ନା ଆମେରିକାରେ କରୋନା ଭାଇରସ ସଂକ୍ରମଣ ଧିମା ହୋଇଛି । ଏଠାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୩.୩୬ କୋଟିରୁ ଅଧିକ ରହିଛି ଏବଂ ୬.୦୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Latest Posts

Don't Miss