ଇରାନ୍‌ର ଆକ୍ରମଣ ସତ୍ତ୍ୱେ ଚୁପ୍ ବସିଛି ଆମେରିକା: ପଢ଼ନ୍ତୁ କାହିଁକି

ଆମେରିକାର ଡ୍ରୋନ୍‌ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଇରାନ୍‌ର ଟପ୍‌ କମାଣ୍ଡର ଜେନେରାଲ୍‌ କାସିମ୍‌ ମୁସେଲିନୀ । ଏହାପରେ ଇରାନ୍‌ ଓ ଆମେରିକା ମଧ୍ୟରେ ବଢ଼ିଯାଇଛି ତିକ୍ତତା । ଇରାକ୍‌ସ୍ଥିତି ଆମେରିକାର ଏୟାରବେସ୍ ଉପରେ ବହୁବାର ଆକ୍ରମଣ କରିଛି ଇରାନ୍‌ । ଏଥିରେ ଆମେରିକାର କୌଣସି ସେନା ମୃତାହାତ ହୋଇନଥିବା କହିଛି ଆମେରିକା । ତେବେ ଇରାନ୍‌ର ବାରମ୍ୱାର ଆକ୍ରମଣ ପରେ ମଧ୍ୟ ଚୁପ୍‌ ବସିଛି ଆମେରିକା । ଯାହା ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଛି ।

ବିଶେଷଜ୍ଞଙ୍କ କହିବାନୁଯାୟୀ ନିର୍ବାଚନ ବର୍ଷରେ ଆମେରିକା ଯୁଦ୍ଧକୁ ଓହ୍ଲାଇବାକୁ ଚାହୁଁନଥିବା ବେଳେ ଇରାନ୍‌ ଯଦି ଯୁଦ୍ଧ କରେ ତା’ହେଲେ ଇରାନ୍‌ର ଅର୍ଥ ବ୍ୟବସ୍ଥା ଭୁଶୁଡ଼ିଯିବ । ଅନ୍ୟ ଦେଶ ଭଳି ଆମେରିକା ନିର୍ବଚନର ପ୍ରସଂଗ ମଧ୍ୟ ପ୍ରାୟତ ସମାନ । ଦେଶର ଆର୍ଥିକ ସ୍ଥିତି, ସାମାଜିକ ଓ ବିଦେଶ ନୀତି ମତଦାତାଙ୍କୁ ପ୍ରଭାବିତ କରିଥାଏ । ଆମେରିକା ଇତିହାସ ଅନୁଯାୟୀ ଯେ କୌଣସି ଯୁଦ୍ଧର କିମ୍ୱା ବଡ଼ କାର୍ଯ୍ୟାନୁଷ୍ଠାନ ଫାଇଦ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ମିଳିଛି ।

ଅଲ୍‌ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନ୍‌ଙ୍କୁ ହତ୍ୟା କରାଯିବା ଯୋଗୁଁ ଏହାର ଫାଇଦା ତତ୍କାଳୀନ ରାଷ୍ଟ୍ରପତି ବାରକ୍‌ ଓବାମାଙ୍କୁ ମିଳିଥିଲା । ସେହିପରି ଅଫଗାନିସ୍ତାନରେ ଆମେରିକାରେ ପ୍ରବେଶ ଯୋଗୁଁ ଜଜ୍‌ବୁସ୍‌ ଜୁନିୟର୍‌ଙ୍କୁ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଏହାର ଫାଇଦା ମିଳିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫ୍ରେଙ୍କ୍‌ଲିନ୍‌ ଡି ରୁଜବେଲ୍ଟ ଯେଉଁଭଳି ଭାବେ ଯୁଦ୍ଧ ଲଢ଼ିଥିଲେ ତାହାକୁ ଆମେରିକୀୟ ପସନ୍ଦ କରିଥିଲେ । ଏଥିଲାଗି ସେ ଲଗାତାର ୩ଥର ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ।

ତେବେ ଇରାନ୍‌ ଉପରେ ଆମେରିକାର ଆକ୍ରମଣ ଯୋଗୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୌଣସି ବିଶେଷ ଲାଭ ମିଳିବନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ଟ୍ରମ୍ପଙ୍କ ପ୍ରତିରକ୍ଷା ନୀତି ନେଇ ଆମେରିକାର ରାଜନୀତିକ ମହଲରେ ଦ୍ୱିମତ ଦେଖାଦେଇଛି । ଡେମୋକ୍ରେଟିକ୍‌ ପାର୍ଟି ଟ୍ରମ୍ପଙ୍କ ନୀତିଗୁଡ଼ିକୁ ଖଣ୍ଡନ କରିବା ସହ ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟିଭ୍‌ରେ ଏକ ପ୍ରସ୍ତାବ ଆଗତ କରାଯାଇଛି ।

ଯାହାର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରପତିଙ୍କ ଯୁଦ୍ଧ ନିର୍ଣ୍ଣୟ ଉପରେ ଅଙ୍କୁଶ ଲଗାଇବା । ନୂଆ ପ୍ରସ୍ତାବ ଅନୁଯାୟୀ ଯୁଦ୍ଧ ପାଇଁ ଟ୍ରମ୍ପଙ୍କୁ ଆମେରିକୀୟ କଂଗ୍ରେସର ଅନୁମତି ନେବାକୁ ହେବ । ଅପରପକ୍ଷରେ ଆମେରିକାର ଏଭଳି କର୍ଯ୍ୟାନୁଷ୍ଠାନକୁ ଫ୍ରାନ୍ସ ଓ ଜର୍ମାନୀ ଆଦୈ ସମର୍ଥନ କରୁନାହାନ୍ତି । ସେମାନେ ଚହାନ୍ତି ଆମେରିକ ଓ ଇରାକ୍ ମଧ୍ୟରେ ପରମାଣୁ ଚୁକ୍ତି ବଜାୟ ରହୁ । ଅପରପକ୍ଷରେ ପ୍ରତିରକ୍ଷା ମାମଲାରେ ସଚେତନ ଥିବା ଓ ଅନ୍ତର୍ଜାତୀୟ ପ୍ରସଂଗକୁ ବୁଝୁଥିବା ମତଦାତ ଟ୍ରମ୍ପଙ୍କ ବିରୋଧରେ ଯିବେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

Leave a Reply