ଓଡ଼ିଶା ଭୂ-ବନ୍ଦୋବସ୍ତ ଆଇନ୍ ୧୯୬୨ରେ ହେବ ସଂଶୋଧନ, ଷ୍ଟାମ୍ପ ଖର୍ଚ୍ଚ ହଜାରେ ଟଙ୍କା ରହିବ

1 min read

ଭୁବନେଶ୍ୱର: ଓଡ଼ିଶା ଭୂ-ବନ୍ଦୋବସ୍ତ ଆଇନ୍ ୧୯୬୨ରେ ହେବ ସଂଶୋଧନ । ପୂର୍ବ ଆଇନରେ ଥିବା ଅସଙ୍ଗତିକୁ ଦୂର କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଜମି କିଣାବିକା ସମୟରେ ପାଓ୍ବାର ଅଫ୍ ଆଟର୍ଣ୍ଣି ଚୁକ୍ତିପତ୍ର ପାଇଁ ହେଉଥିବା ଷ୍ଟାମ୍ପ ଖର୍ଚ୍ଚକୁ ୫ ପ୍ରତିଶତରୁ ଦୁଇ ପ୍ରତିଶତକୁ ହ୍ରାସ କରାଯାଇଛି । ସର୍ବନିମ୍ନ ଷ୍ଟାମ୍ପ ଖର୍ଚ୍ଚ ହଜାରେ ଟଙ୍କା ରହିବ । ତେବେ ରାଜ୍ୟର ରାଜସ୍ବ ବୃଦ୍ଧି ପାଇଁ ପୂର୍ବ ନିବନ୍ଧିତ ଦଲିଲର ପ୍ରମାଣପତ୍ର ନକଲ ପାଇଁ ଷ୍ଟାମ୍ପ ଦେୟ ୧୦ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିଭଳି ଅବଢା ଯୋଜନାରେ ଖଣ୍ଡଲାଇଟ୍ ପଥର ଉପରେ ରୟାଲଟି ଛାଡ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ଡୁଡୁକା- ଗୋପାଳପୁର- ଟୋପାରିଆ ରାସ୍ତାର ସଂପ୍ରସାରଣ ପାଇଁ ଖର୍ଚ୍ଚ ହେବ ୧ ଶହ ୨କୋଟି ୬୫ ଲକ୍ଷ ଟଙ୍କା । ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି । ଓଡ଼ିଶା ବେସାମରିକ ସେବା ନିୟମାବଳୀରେ ସଂଶୋଧନ ସହ ଓଡ଼ିଶା ଷ୍ଟେଟ୍ ଓ୍ବାଇଡ ନେଟଓ୍ବାର୍କ-ଓସ୍ବାନ ପ୍ରକଳ୍ପର ଉନ୍ନତିକରଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥି ପାଇଁ ଖର୍ଚ୍ଚ ହେବ ୩ ଶହ ୩୨ କୋଟି ଟଙ୍କା ।

Leave a Reply