ଜିଲ୍ଲା ପରିଷଦ ଆଇନରେ ସଂଶୋଧନ, ମହଙ୍ଗା ପଡ଼ିବ ଦଳ ବିରୋଧରେ ଯାଇ ଭୋଟ୍ ଦେବା

Amendment In Zilla Parishad President Voting

ଭୁବନେଶ୍ୱର: ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଆଇନରେ ସଂଶୋଧନ କରାଯାଇଛି । ଏଣିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ବେଳେ ରାଜନୈତିକ ଦଳ ନିଜର ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରି ସେମାନଙ୍କ ନାଁ ଦେବେ ।

Amendment In Zilla Parishad President Voting

ଭୋଟିଂ ବେଳେ ବିଭିନ୍ନ ଦଳର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ମାନେ ନିଜ ଦଳ ତରଫରୁ ନିୟୋଜିତ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ୍ ଦେବେ । ଆଉ ଏହି ନିୟମ ଦ୍ୱାରା କ୍ରସ୍ ଭୋଟିଂର ଆଶଙ୍କା ଯଥେଷ୍ଟ କମିଯିବ । ଯେହେତୁ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ଦଳୀୟ ଚିହ୍ନରେ ଲଢ଼ାଯାଉଛି ତେଣୁ ନିର୍ବାଚିତ ସଭ୍ୟ ମାନେ ଦଳ ବିରୋଧରେ ଯାଇ ଭୋଟ୍ ଦେବା ଏବେ ମହଙ୍ଗା ପଡ଼ିବ । ଏପରିକି ଆଇନଗତ ଲଢେଇରେ ନିର୍ବାଚିତ ପ୍ରାର୍ଥୀଙ୍କ ସଭ୍ୟ ପଦ ମଧ୍ୟ ରଦ୍ଦ ହୋଇପାରେ ।

ରାଜ୍ୟରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ମତଦାନ ସରିଛି । ଶୁକ୍ରବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟର ୧୮୬ଟି ଜିଲ୍ଲା ପରିଷଦ ଜୋନ ଓ ୧୫୧୪ ପଞ୍ଚାୟତରେ ଭୋଟଗ୍ରହଣ ହେବ । ୨୦ ହଜାର ୪୩୬ଟି ୱାର୍ଡମେମ୍ବର ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏଥିପାଇଁ ପ୍ରସ୍ତୁତ ହୋଇଛି ବୁଥ୍ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ସମ୍ବେଦନଶୀଳ ବୁଥରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟରମାନେ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟ୍ ଦେବେ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ୍ ଗଣତି ହେବ ।

Leave a Reply