ବାଟରେ ଅଟକିଲା ଆମ୍ବୁଲାନ୍ସ , ହଟହଟା ହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ : ଦୁଇ ଘଣ୍ଟା ଧରି ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ଜଣେ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା ଏକ ୧୦୮ ଆମ୍ବୁଲାନ୍ସ । ୧୬ ନଂ ଜାତୀୟ ରାଜପଥ ବାହାନଗା ନିକଟରେ ଆମ୍ବୁଲାନ୍ସଟି ଖରାପ ହେବା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟ ହଟହଟା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ମୟୁରଭଞ୍ଜ ଅଂଚଳର ଚତୁର୍ଭୁଜ ନାୟକଙ୍କ କିଡିନି ଜନିତ ସମସ୍ୟା ଥିବାରୁ ଡାକ୍ତର ତାଙ୍କୁ ମୟୁରଭଞ୍ଜ ବାରିପଦାରୁ କଟକକୁ ସ୍ଥାନାନ୍ତର କରିଥିଲେ। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ନିକଟରେ ୧୦୮ ଆମ୍ବୁଲାନ୍ସଟି ଖରାପ ହୋଇଥିଲା । ରୋଗୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେବା ସହିତ ସମ୍ପର୍କୀୟମାନେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ଦୁଇଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସିବା ପରେ ରୋଗୀ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ୧୦୮ ଆମ୍ବୁଲାନ୍ସ ସେବାର ଏପରି ଚିତ୍ରକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।