ଭସାଣୀ ଭିତରେ ଫସିଲା ଆମ୍ୱୁଲାନ୍ସ

1 min read

ଫେଲ ମାରିଲା ଟ୍ରାଫିକ ବ୍ୟବସ୍ଥା । ଭିଡ଼ ଭିତରେ ଫସି ରହିଲା ଆମ୍ୱୁଲାନ୍ସ । ସାଧାରଣ ଲୋକେ ହେଲେ ହନ୍ତସନ୍ତ । ସାଢେ ୩ କି.ମି ରାସ୍ତା ଅତିକ୍ରମ କରିବାକୁ ଲାଗିଲା ୨ ରୁ ୩ ଘଣ୍ଟା ସମୟ । ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସିରହିଲେ ରୋଗୀ ଓ ତାଙ୍କ ସଂପର୍କୀୟ ।

ରବିବାର ରାତିରେ ତ୍ରିଶୁଳିଆ ଛକରୁ ବାରଙ୍ଗ ରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି ପରିସ୍ଥିତି । କାହିଁକି ନା’ ଭସାଣୀ ନାଁ ରେ ଚାଲିଥିଲା ଫାର୍ସ । ମାତାଲ ହୋଇ ଭସାଣୀରେ ବ୍ୟସ୍ତ ଥିଲେ କିଛି ଲୋକ । ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବି ଫେଲ ମାରିଲେ ।

ଅପରପକ୍ଷରେଏଭଳି ପରିସ୍ଥିତି ପାଇଁ ପୋଲିସ ପ୍ରଶାସନ ଓ ପୂଜା କମିଟିକୁ ଦାୟୀ କରିଛନ୍ତି ସାଧାରଣ ଲୋକେ ।

')}

Leave a Reply