ଆଉକେତେ ଦିନ ପ୍ରସୂତିଙ୍କ ପାଇଁ ଆମ୍ବୁଲାନ୍ସ ସାଜୁଥିବ ଖଟିଆ ?

1 min read

ମା’ ଆଉ ତାର ଗର୍ଭ ଜନ୍ତ୍ରଣା । ଏ ଜନ୍ତ୍ରଣା ଯେମିତି ତା ଅଙ୍ଗରେ ଘର କରିନେଇଥାଏ । ଏଇ ଜନ୍ତ୍ରଣା ସେତେବେଳେ ଦ୍ୱିଗୁଣିତ ହୋଇଯାଏ ଯେତେବେଳେ ମା’ଟି ଛଟପଟ ହୁଏ ଡାକ୍ତରଙ୍କ ସହାୟତା ଆସାରେ । ଆଉ ଡାକ୍ତରଙ୍କ ପାଖକୁ ନେବା ପାଇଁ କୌଣସି ସୁବିଧା ନଥାଏ । କେତବେଳେ ସେ ଜନ୍ତ୍ରଣା ପାଇ ତା ଜୀବନ ହାରିଦିଏ ତ କେତେବେଳେ ଜନ୍ମିତ ଶିଶୁକୁ ହରେଇଦିଏ । ଆମ୍ବୁଲାନ୍ସର ସୁବିଧା ଥାଇ ଏବେବି ଖଟିଆରେ ବୁହା ହେଉଛନ୍ତି ପ୍ରସୂତୀ ।

ଆଉ ଖଟିଆ ହେଉଛି ସେମାନଙ୍କ ଆମ୍ବୁଲାନ୍ସ । ଖଟିଆରେ ବୁହା ହେଇ ଡାକ୍ତରଖାନାରେ ପହଞ୍ଚି ପାରୁନାହିଁ ପ୍ରସୂତୀ । ତା ଜନ୍ତ୍ରଣାର ବିକଳ ଡାକରେ ନିସ୍ତବ୍ଦ ହେଉଛି ଗଛଲତା ଆଉ ସାକ୍ଷୀ ରହୁଛି ସେଇ ଦୁର୍ଗମ ରାସ୍ତା ।

ଘଟଣାଟି ହେଉଛି ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନ୍ତର୍ଗତ ଖଜୁରୀପଦା ପଞ୍ଚାୟତ ସର୍ଗସାହି ଗ୍ରାମର। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରି ନଥିଲା ।  ଖଟିଆରେ ବୁଆ ହୋଇ ମେଡିକାଲ ପହଞ୍ଚିପାରିଲାନି ଗର୍ଭବତୀ ମହିଳା  । ଅଧ ରାସ୍ତାରେ ପ୍ରସବ ବେଦନା ମାତ୍ରାଧିକ ହେବାରୁ ଫେରାଇ ଅଣାଗଲା ଘରକୁ । ଅସୁରକ୍ଷିତ ଅବସ୍ଥାରେ ପୁତ୍ର ସନ୍ତାନ ଜନ୍ମ କରିଲେ ସତ, କିନ୍ତୁ ମାଁ ଓ ନବଜାତ ଶିଶୁର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ପୁଣି ବୁହା ହୋଇ ୪ କିମି ଘାଟିରାସ୍ତାରେ ମେଡିକାଲକୁ ଅଣାଯାଇଛି । ଆଉକେତେ ଦିନ ପ୍ରସୂତିଙ୍କ ପାଇଁ ଆମ୍ବୁଲାନ୍ସ ସାଜୁଥିବ ଖଟିଆ… ')}

Leave a Reply