ଭାରିଯାନ ସହ ୧୦୮ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା, ଗୁରୁତର ରୋଗୀ ହେଲେ ଅଧିକ ଗୁରୁତର

ଜଗତସିଂହପୁର: କଟକ ପାରଦୀପ ରାସ୍ତାର ଜଇପୁରରେ ଦୁର୍ଘଟଣା। ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଏକ ଗୁରୁତର ରୋଗୀକୁ ୧୦୮ ଆମ୍ବୁଲାନ୍ସରେ ଅଣାଯାଉଥିବା ବେଳେ ଏକ ଭାରି ଯାନ ସହ ମୁହାଁମୁହିଁ ଧକ୍କା ହୋଇଛି ।

ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରର ବେକରେ ଗୁରୁତର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଆମ୍ବୁଲାନ୍ସରେ ଥିବା ରୋଗୀ ଜଣକ ଅଧିକ ଗୁରୁତର ହୋଇ ପଡିଥିଲେ।

ଏହାସହ ଏହି ଦୁର୍ଘଟଣାରେ ରୋଗୀ ସାଥିରେ ଥିବା ଫାର୍ମାସିଷ୍ଟ ଏବଂ ଆମ୍ବୁଲାନ୍ସ ହେଲପର ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ରଘୁନାଥପୁର ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।