କୁହୁଡ଼ି ଯୋଗୁ ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ, ୨ ରୋଗୀଙ୍କ ସହ ୪ ଆହତ

ଭଦ୍ରକ: କୁହୁଡ଼ି ଯୋଗୁ ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ । ୨ ରୋଗୀଙ୍କ ସହ ୪ ଆହତ । ଆଜି ଭୋରରୁ ଭଦ୍ରକ ଡାହାଣୀଗଢିଆ ନିକଟରେ ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁ ଆମ୍ବୁଲାନ୍ସ ଡ୍ରାଇଭର ଆଗକୁ ଦେଖିନପାରିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କୋଲକତା ଦେବଡାରୁ ଦୁଇ ଜଣ ରୋଗୀଙ୍କୁ ନେଇ କଟକ ଆସୁଥିଲା ଆମ୍ବୁଲାନ୍ସ । ହେଲେ ଡାହାଣୀଗଢିଆ ନିକଟରେ ଏକ ଟ୍ରଲରକୁ ସାଇଡ୍‌ ଦେବା ବେଳେ କୁହୁଡି ଯୋଗୁ ଆଗକୁ ଦେଖିପାରିନଥିଲା।

ଫଳରେ ଆଗରେ ଯାଉଥିବା ଆଉ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇ ଜଣ ରୋଗୀଙ୍କ ସହ ୪ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି ।

Leave a Reply