ବୟଫ୍ରେଣ୍ଡ ପାଇଁ ଦୁଇ ଦଳ ମଧ୍ୟରେ ରାସ୍ତା ଉପରେ ଗ୍ୟାଙ୍ଗୱର

ରାୟପୁର: ଛତିଶଗଡ଼ର ସୁରଗୁଜ ଜିଲ୍ଲା ଅମ୍ବିକାପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ସୁରଗୁଜ ଜିଲ୍ଲାର ଅମ୍ବିକାପୁରଠାରେ ଦୁଇ ଦଳ ଝିଅ ପରସ୍ପର ମୁଁହାମୁହିଁ ହୋଇଛନ୍ତି । ଏହି ସମୟରେ ଉଭୟ ଦଳ ମଧ୍ୟରେ ବିଧା ଗୋଇଠା ମାରିବାର ମଧ୍ୟ ଦେଖିବାକୁ ମିଳିଥିଲା । କିଛି ଝିଅ ମଧ୍ୟ ଠେଙ୍ଗା ଓ ବାଡ଼ିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା । ବିଚ୍ ରାସ୍ତାରେ ଏପରି ଦୃଶ୍ୟ ଦେଖି ସାଧରଣ ଲୋକଙ୍କର ମଧ୍ୟ ଭିଡ଼ ଜମିଥିଲା । କିନ୍ତୁ ଲୋକମାନେ କେବଳ ଦର୍ଶକ ହୋଇରହିଲେ ।  କେହି ବି ଏହି ଝଗଡା ଅଟକାଇବାକୁ ସାହାସ କଲେ ନାହିଁ । ସେଠାରେ ଉପସ୍ଥିତି କିଛି ଲୋକ ଏହି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରୁଥିଲେ ମାତ୍ର ଏହି ଝଗଡାକୁ ଅଟକାଇ ନଥିଲେ ।

ଝିଅଙ୍କର ଏହି ଦୁଇ ଗ୍ରୁପ ମଧ୍ୟରେ ହୋଇଥିବା ଝଗଡା ଦେଖି ଲାଗୁଥିଲା କି ଦୁଇଟି ଗ୍ୟାଙ୍ଗ ମଧ୍ୟରେ ଗ୍ୟାଙ୍ଗଓ୍ବାର ଆରମ୍ଭ ହୋଇଯାଇଛି । ପ୍ରାୟ ୧୫ ମିନିଟ ଧରି ୧୨ରୁ ଅଧିକ ସଂଖ୍ୟକ ଝିଅଙ୍କ ମଧ୍ୟରେ ଠେଙ୍ଗା ଓ ବାଡିରେ ମାରପିଟ୍ ହେଉଥିଲେ । ଏହି ଘଟଣା ପାଇଁ ସେହି ଅଞ୍ଚଳରେ ଏକ ପ୍ରକାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ଦୁଇ ଝିଅଙ୍କର ଦଳ ମଧ୍ୟରେ ହୋଇଥିବା ମାରପିଟର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଝିଅମାନଙ୍କର ଗୋଟିଏ ଦଳ ଅମ୍ବିକାପୁରର ବ୍ରହ୍ମପାରା ଅଞ୍ଚଳର ଅଟନ୍ତି । ସେହିପରି ଅନ୍ୟ ଗ୍ରୁପଟି ସତ୍ତୀପୁର ଅଞ୍ଚଳର ଅଟନ୍ତି । ଖବର ଅନୁଯାୟୀ ଗୋଟିଏ ଦଳର ଜଣେ ଯୁବତୀଙ୍କ ବୟଫ୍ରେଣ୍ଡ ଅନ୍ୟଜଣେ ଯୁବତୀଙ୍କ ସହ ବୁଲୁଥିବାର କିମ୍ବା କଥା ହେଉଥିବାର ଦେଖିଥିଲେ । ଯାହା ଫଳରେ ଏହା ପରେ ଦୁଇ ଯୁବତୀଙ୍କ ଦଳ ମଧ୍ୟରେ ବିଚ୍ ରାସ୍ତାରେ ମାରପିଟ୍ କରିଥିଲେ ।

Leave a Reply