ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଏହି ସାକ୍ଷାତକାରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି । ରାଜ୍ୟ ଜଳସମ୍ପଦ ବିଭାଗ ସଚିବଙ୍କୁ ବି ଭେଟିଛନ୍ତି ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ପୂର୍ବରୁ କଟକ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତୀ।

ପରେ ଇଣ୍ଡୋନେସିଆ ମ୍ୟୁଜୀୟମକୁ ବୁଲି ଦେଖିଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଆଗାମୀ ଦିନରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କ କିଭଳି ଆହୁରି ମଜବୁତ୍ ହୋଇପାରିବ ସେ ନେଇ ଉଭୟ ଦେଶ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ । ଓଡ଼ିଶା ସହ ଅର୍ଥନୈତିକ ସାଂସ୍କୃତିକ ସମ୍ପର୍କ ଅଭିବୃଦ୍ଧି କରିବା ଦିଗରେ ଉଦ୍ୟମ ମଧ୍ୟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଏଥି ସହ ଓଡ଼ିଶା ଓ କଟକ ସହ ଇଣ୍ଡୋନେସିଆର ବହୁ ପୂରୁଣା ମଧୁର ସମ୍ପର୍କ ରହିଥିବା କହିଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତୀ ।