spot_img

Latest Posts

ଚୀନ ଆମଦାନୀ ବନ୍ଦ କରିବ ଆମାଜନ୍, ଭାରତରେ ହେବ ଉତ୍ପାଦନ

ଭୁବନେଶ୍ବର: ଭାରତ ପାଇଁ ଭାରତରେ ନିର୍ମାଣ କରିବ ଆମାଜନ୍। ଯେଉଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିଦେଶରୁ ବିଶେଷକରି ଚୀନ୍ ଓ ତାଇୱାନ୍ରୁ ଆମଦାନୀ ହେଉଛି ତାହାକୁ ରୋକାଯିବ। ଚଳିତ ବର୍ଷ ଶେଷ ଆଡ଼କୁ ଏହିକ୍ରମରେ ପ୍ରଥମ ଉତ୍ପାଦନ ଆରମ୍ଭ ହେବ ବୋଲି ଆମାଜନ୍ ପକ୍ଷରୁ ସୂଚନା ଦିଆଯାଇଛି। ଚେନ୍ନାଇସ୍ଥିତ ଏକ ଉତ୍ପାଦନ ଫାର୍ମ ସହ ଆମଜନ୍ ଚୁକ୍ତି କରିଛି। ଏହି ଫାର୍ମରୁ ଆମାଜନ୍ ଷ୍ଟିକ୍ସ ଉତ୍ପାଦନ ହେବ।

ଭାରତର ଜ୍ଞାନ କୌଶଳ, ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଏଠାର ଅର୍ଥନୀତିକୁ ବଢ଼ାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆମାଜନ୍ ଏହି ନିଷ୍ପତ୍ତି ନେଇଛି। ମେକ୍ ଇନ୍ ଇଣ୍ଡିଆ ନୀତି ପ୍ରତି ଏହା ଏକ ପ୍ରତିବଦ୍ଧତା ବୋଲି ଆମାଜନ୍ ଭାରତ ସିଇଓ ଅମିତ୍ ଅଗ୍ରୱାଲ ଟ୍ବିଟ୍ ଯୋଗେ ଜଣାଇଛନ୍ତି।

ପ୍ରଥମ ଉତ୍ପାଦନରେ ସାମିଲ୍ ରହିଛି ଆମାଜନ୍ ଷ୍ଟିକ୍ସ। ଏହି ସାମଗ୍ରୀ ଦ୍ବାରା ସାଧାରଣ ଟିଭିରେ ସର୍ସ୍ମ ଟିଭିର ମଜା ଉଠାଇପାରୁଛନ୍ତି ଗ୍ରାହକ। ବିଭିନ୍ନ ଷ୍ଟ୍ରିମଂ ପ୍ଲାଟଫର୍ମକୁ ଏହି ସାମଗ୍ରୀ ଦ୍ବାରା ଦେଖି ହେଉଛି। ବର୍ଷକୁ ପ୍ରାୟ ୧ ଲକ୍ଷ ଷ୍ଟିକ୍ସ ବିକ୍ରି କରୁଛି ଆମାଜନ୍। ଏହା ମୁଖ୍ୟତଃ ଚୀନରୁ ଆମଦାନୀ ହେଉଛି।

ଆମାଜନ୍ ଷ୍ଟିକ୍ସ ବ୍ୟତୀତ ଆମାଜନ୍ ବେସିକ୍ସ ନାଁରେ ଅନେକ ବୈଦ୍ୟୁତିକ ସାମଗ୍ରୀ କମ୍ପାନୀ ଇ-କମର୍ସ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଛି। ଧୀରେ ଧୀରେ ଏହିସବୁ ଆବଶ୍ୟକକୁ କମ୍ପାନୀ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି କହିଛନ୍ତି ଅଗ୍ରୱାଲ୍।
ଏବେ ଭାରତର ଦେଶୀ କମ୍ପାନୀ ଭାବେ ପରିଚିତ ଲେନ୍ସ କାର୍ଟ ଏବଂ ବୋଟ୍ ପ୍ରଭୃତି ବିଦେଶରୁ ସାମଗ୍ରୀ ଆମଦାନୀ କରୁଛନ୍ତି। ଆଗକୁ ସେମାନେ ମଧ୍ୟ ଏଠାରେ ଉତ୍ପାଦନ କରିବେ ବୋଲି ସୂଚନା ଦେଇଛନ୍ତି। ସରକାର ଉତ୍ପାଦନ ସଂଯୁକ୍ତ ନିବେଶ ଯୋଜନାକୁ ପ୍ରୋତ୍ସାନ ଦେବାକୁ ନୀତି ଘୋଷଣା କରିବା ପରେ ଏହିପରି ଉଦ୍ୟମ ଆରମ୍ଭ ହୋଇଛି।

Latest Posts

Don't Miss