spot_img

Latest Posts

ଆମାଜନ୍ କମ୍ପାନୀ ଗୋଦାମରେ ନବନିର୍ମାଣ ସେନାଙ୍କ ଭଙ୍ଗାରୁଜା: ରାଜ ଠାକରେଙ୍କୁ କୋର୍ଟଙ୍କ ନୋଟିସ୍

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା କାର୍ଯ୍ୟକର୍ତ୍ତା ଗତକାଲି ମୁମ୍ବାଇରେ ଥିବା ଆମାଜନ କମ୍ପାନୀର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଡିଜିଟାଲ ଶପିଂ ଆପ୍ ‘ଆମାଜନ୍’ରେ ମରାଠୀ ଭାଷା ଅନ୍ତର୍ଭୂକ୍ତ କରିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା ଦାବି କରୁଥିବା ବେଳେ ଗତକାଲି ଏପରି ଭଙ୍ଗାରୁଜା ହୋଇଛି। ଏହି ଘଟଣାର ବର୍ତ୍ତମାନ ମୁମ୍ବାଇ ପୁଲିସ ତଦନ୍ତ କରୁଛି।

ଗୋଦାମ୍ ଭଙ୍ଗ କରିଥିବା ଗୋଷ୍ଠୀର ନେତୃତ୍ୱ ନେଉଥିବା ଏମ୍ଏନ୍ଏସ୍ କର୍ମୀ ଅମିତ ଜଗତାପ କହିଛନ୍ତି, ‘ଯଦି ମହାରାଷ୍ଟ୍ରରେ ଜଣେ ବ୍ୟବସାୟ କରୁଛି ତେବେ ତାଙ୍କୁ ନିଶ୍ଚିତ ଭାବରେ ମରାଠୀ ଭାଷାରେ ଏକ ବିକଳ୍ପ ପ୍ରଦାନ କରିବାକୁ ପଡ଼ିବ। ଯଦି ଭବିଷ୍ୟତରେ ଏହା ନକରନ୍ତି ତେବେ ଯେଉଁଭଳି ଭାବେ ଭଙ୍ଗାରୁଜା କରାଯାଇଛି ସେହିଭଳି ମହାରାଷ୍ଟ୍ରର ନବନିର୍ମାନ ସେନା ସେମାନଙ୍କ ଦୋକାନ, ଯାନବାହାନ ମହାରାଷ୍ଟ୍ରରେ ଚାଲିବାକୁ ଦେବେ ନାହିଁ।’

ଅନ୍ୟପଟେ ମହାରାଷ୍ଟ୍ର ନବନିର୍ମାଣ ସେନାର ଏଭଳି ବିରୋଧ ଓ ହିଂସା କାଣ୍ଡକୁ ନେଇ କୋର୍ଟ ଏହାର ମୁଖ୍ୟ ରାଜ ଠାକରେଙ୍କୁ ନୋଟିସ ଜାରି କରିଛନ୍ତି। ଜାନୁଆରୀ ୫ରେ ଠାକରେଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Latest Posts

Don't Miss