ଦର୍ଶକଙ୍କ ମନମୋହିବ ଅପକମିଙ୍ଗ ସିରିଜ ଓ ଫିଲ୍ମ, ପ୍ରାଇମ ଭିଡିଓ ଘୋଷଣା କରିଛି ୭୦ଟି ସିରିଜ ଓ ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: କଣ୍ଟେଣ୍ଟ ଦେଖିବାର ବଦଳିଛି ଅନ୍ଦାଜ। ଏବେ ଲୋକେ ଫିଲ୍ମରୁ ଅଧିକ ଓଟିଟି ମିଡିଆ ଉପରେ ଗୁରୁତ୍ବ ଦେଲେଣି । ଓଟିଟି ମିଡିଆ ମଧ୍ୟ ନିଜ ଫଲୋଅର୍ସ ପାଇଁ ଆଣୁଛନ୍ତି ନୂଆ ନୂଆ କଣ୍ଟେଣ୍ଟ । ଏହି ସୂଚୀରେ ଯୋଡି ହୋଇଛି ଆଗକୁ ଆସିବାକୁ ଯାଉଥିବା ପ୍ରାଇମର ୭୦ଟି ନୂଆ କଣ୍ଟେଣ୍ଟ । ଆଜ୍ଞା ହଁ ପ୍ରାଇମ ଭିଡିଓ ଘୋଷଣା କରିଛି ୭୦ଟି ଅପକମିଙ୍ଗ ସିରିଜ ଓ ଫିଲ୍ମର । ଏହି ସୂଚୀରେ ଅନେକ ଲୋକପ୍ରିୟ ଓ ମୋଷ୍ଟ ଅୱେଟେଡ ଫିଲ୍ମ ଓ ସିରିଜ ରହିଛି । ଆମ ସମସ୍ତଙ୍କର ପ୍ରିୟ ମିର୍ଜାପୁର ସିଜନ ୩  ଏବଂ ପଂଚାୟତ ସିଜନ ୩ ଖୁବ ଶୀଘ୍ର ଆସିବାକୁ ଯାଇଛି । ଏହା ସହିତ ରହିଛି ଏଣ୍ଟରଟେନମେଣ୍ଟର ଡବଲ ଡୋଜ । ଏଥିରେ ମନୋଜ ବାଜପାୟୀଙ୍କ ଦି ଫ୍ୟାମିଲି ମ୍ୟାନ ନ୍ୟୁ ସିଜନ , କ୍ରାଇମ ଥ୍ରିଲ କାହାଣୀ ଥିବା ପାତାଲଲୋକ ସିଜନ ୩ , ବନ୍ଦିସ ବେଣ୍ଡିଟ ସିଜନ ୨ , ହାଉସଫୁଲ ୫ , ଅନୀଲ କପୁରଙ୍କ ସୁବେଦାର , ଅଭିଷେକ ବଚ୍ଚନଙ୍କ ବି ହାପି , ଅନନ୍ୟା ପାଣ୍ଡେଙ୍କ କଲ ମି ବେ ପରିକା ସିରିଜ ଓ ଫିଲ୍ମ ସାମିଲ ଅଛି । ୭୦ଟି ଫୀଲ୍ମ ଓ ସିରିଜ ମଧ୍ୟରୁ ୪୦ଟି ଅରିଜିନାଲ ସିରିଜ ଓ ୨୯ଟି ଫିଲ୍ମ ସାମିଲ ଅଛି । ତେବେ କହିହେବ ଯେ ୨୦୨୪ ବର୍ଷ ଓଟିଟି ମିଡିଆ ପାଇଁ ଖୁବ ଖାସ ବର୍ଷ ହେବାକୁ ଯାଉଛି ।