Amazon Pay’ର ନୂଆ ଫିଚର: ୧ ଟଙ୍କାରେ କିଣି ପାରିବେ ସୁନା

1 min read

ନୂଆ ଦିଲ୍ଲୀ: ଇ-କମର୍ସର ବୃହତ୍ କମ୍ପାନୀ ଆମାଜନ ଇଣ୍ଡିଆର ପେମେଣ୍ଟ ସର୍ଭିସେସ ଆର୍ମ ଆମାଜନ ପେ ଗ୍ରାହକଙ୍କ ପାଇଁ ଜବରଦସ୍ତ ଫିଚର ଲଞ୍ଚ କରିଛନ୍ତି । ଏହି ଫିଚରର ନାମ ହେଉଛି Gold Vault । ଏହା ଏଭଳି ଏକ ଫିଚର ଯାହା ଗ୍ରାହକଙ୍କୁ ଡିଜିଟାଲ ସୁନା କିଣିବା ପାଇଁ ଅଫର ଦେଉଛି । ଆମାଜନର ଓ୍ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ଫିଚର ଦ୍ୱାରା ଗ୍ରାହକ ୧ ଟଙ୍କାରେ ସୁନା କିଣି ପାରିବେ । ଏହାକୁ ନେଇ ଆମାଜନ କମ୍ପାନୀ ସେଫ୍ ଗୋଲ୍ଡ ସହିତ ଚୁକ୍ତି କରିଛି । ଏହା ଡିଜିଟାଲ ଗୋଲ୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ରିଟେଲ ବ୍ରାଣ୍ଡ, ଯାହା ୨୪ କ୍ୟାରେଟ ସୁନାକୁ ୯୯.୫ ପ୍ରତିଶତ ଶୁଦ୍ଧତା ପ୍ରଦାନ କରିଥାଏ । କୁହାଯାଉଛି ଏହି ଫିଚରକୁ ଲଞ୍ଚ କରି ଆମାଜନ ବଡ଼ ସଂଖ୍ୟାରେ ମଧ୍ୟମ ବୟସ୍କ ଏବଂ ଯୁବ ଗୋଷ୍ଠୀର ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଚାହୁଁଛି । ଯାହାଦ୍ୱାରା ସେ Paytm, PhonePe, Google Pay, MobiKwikକୁ ଚ୍ୟାଲେଞ୍ଜ ଦେବା ପାଇଁ କରିବାକୁ ଚାହୁଁଛି ।

ଆମାଜନର କହିବା ଅନୁସାରେ ଫିଚର ମାଧ୍ୟମରେ ଗ୍ରାହକ ଡିଜିଟାଲ ବିକଳ୍ପ ମାଧ୍ୟମରେ ସୁନା କିଣିବା ପାଇଁ ୧ ଟଙ୍କା ମଧ୍ୟ ନିବେଶ କରି ପାରିବେ । ଏହା ସହିତ କେଓ୍ୱାଇସି ବ୍ୟତୀତ ଗ୍ରାହକ ୨ ଗ୍ରାମ ପର୍ଯ୍ୟନ୍ତ ସୁନା କିଣି ପାରିବେ । କିନ୍ତୁ ପ୍ରଥମେ ଗୋଲ୍ଡ ଭଲ୍ଟ ମାଧ୍ୟମରେ ଗ୍ରାହକ ୫ ଟଙ୍କାରେ ଡିଜିଟାଲ ସୁନା କିଣି ପାରିବେ । ଏହାକୁ ନେଇ ଗତବର୍ଷ ଗୁଗଲ ପେ ସୁନା ନିବେଶ କରିବାପ ପାଇଁ ଅଫର ଦେଇଥିଲା । ପେଟିଏମ ଏବଂ ଫୋନ ପେ ୨୦୧୭ରେ ନିଜ ପ୍ଲାଟଫର୍ମରେ ଡିଜିଟାଲ ସୁନା ନିବେଶ ପ୍ରକ୍ରିୟା ଆରମ୍ଭ କରିଥିଲେ । ୨୦୧୮ରେ ଗୁରୁଗ୍ରାମର ମୋବିକ୍ୱିକ ଏଭଳି ଅଫର ଲଞ୍ଚ କରିଥିଲା । ଏମଆଇ ପେ ମଧ୍ୟ ଏଭଳି ଅଫର ଆରମ୍ଭ କରି ସାରିଛି ।

Leave a Reply