spot_img

Latest Posts

ଘଷିକୁ କେକ୍ ଭାବି ଖାଇଦେଲେ ଆମାଜନ ଗ୍ରାହକ, ତା’ପରେ ଲେଖିଲେ ଏଭଳି ରିଭ୍ୟୁ…

ନୂଆଦିଲ୍ଲୀ: ଆପଣ କେବେ ଗୋବରର ଘଷି ଖାଇବା କଥା ଶୁଣିଛନ୍ତି କି? ଏଭଳି କଥା ଆପଣଙ୍କୁ ଅଜିବ ଲାଗିପାରେ । ହେଲେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ରିଭ୍ୟୁକୁ ଦେଖିବା ପରେ ଚିନ୍ତା କରିବାକୁ ବାଧ୍ୟ ହେବେ ।

ସୂଚନା ଅନୁଯାୟୀ ରିଭ୍ୟୁ ଲେଖିଥିବା ବ୍ୟକ୍ତି ଜଣକ ଏହି ଗୋବର ଘଷିକୁ କେକ୍ ଭାବି ଏକ ଅନଲାଇନ୍ ସପିଂ ସାଇଟରୁ ଅର୍ଡର କରିବା ସହିତ ତାକୁ ଖାଇଛନ୍ତି। ଖାଲି ଏତିକି ନୁହେଁ ଏହାକୁ ଖାଇବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡି ଯାଇଥିବା ଜଣାପଡିଛି ।

ଧାର୍ମିକ କାର୍ଯ୍ୟରେ ବ୍ୟବୃହତ ହେଉଥିବା ଏହି ଘଷି ଗୁଡିକୁ ସେ ଅର୍ଡର କରିବା ସହ କୌଣସି ପୂଜା କାର୍ଯ୍ୟରେ ବ୍ୟବହାର କରିନଥିଲେ । ବରଂ ନିଜେ ଖାଇ ଦେଇଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ରିଭ୍ୟୁରେ ସବୁକଥା ଲେଖିଥିଲେ ।

ସେ ରିଭ୍ୟୁରେ ଉଲ୍ଲେଖ କରିଛନ୍ତି ଯେ ‘‘ମୁଁ ଏହି କେକକୁ ଖାଇବା ପରେ ମୋର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ଏହା ଘାସ ଭଳି ଥିବା ବେଳେ ଏହାର ସ୍ୱାଦ କାଦୁଅ ଭଳି ଲାଗୁଥିଲା । ମୁଁ ଏହାକୁ ଖାଇବା ପରେ ମୋର ପେଟ ଖରାପ ହୋଇଯାଇଥିଲା । ଦୟାକରି ଏହାକୁ ତିଆରି କରିବା ସମୟରେ ଏହାର ସ୍ୱଚ୍ଛତା ଓ ସ୍ୱାଦ ଉପରେ ଧ୍ୟାନ ରଖନ୍ତୁ’’।

ତେବେ ଏହି ରିଭ୍ୟୁ ଭାଇରାଲ୍ ହେବା ପରେ କିଛି ଲୋକ କହିଛନ୍ତି ଯେ ସମ୍ପୃକ୍ତ ଗ୍ରାହକ ଜଣକ ଗୋବର ଘଷିକୁ କେକ୍ ଭାବି ଖାଇଦେଇଛନ୍ତି । ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ।

Latest Posts

Don't Miss