୧ ଜୁଲାଇରୁ ଅମରନାଥ ଯାତ୍ରା ଆରମ୍ଭ, ଏପ୍ରିଲ ୧୭ରୁ ପଞ୍ଜିକରଣ

ଜମ୍ମୁ: ଚଳିତ ବର୍ଷ ପାଇଁ ଶ୍ରୀ ଅମରନାଥ ଯାତ୍ରା ନେଇ ଘୋଷଣା କରାଯାଇଛି । ଚଳିତଥର ୧ ଜୁଲାଇରୁ ଯାତ୍ରା ଆରମ୍ଭ ହେବ । ୬୨ ଦିନ ପର୍ଯ୍ୟନ୍ତ ଯାତ୍ରା ଚାଲିବ । ୧୭ ଏପ୍ରିଲରୁ ଅଫଲାଇନ୍ ଏବଂ ଅନଲାଇନ୍ ମୋଡ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ । ଜମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା କହିଛନ୍ତି ଯେ ଯାତ୍ରାକୁ ସୁଗମ ଏବଂ ସହଜ କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି । ସମସ୍ୟା ମୁକ୍ତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିବଦ୍ଧ ।

ରାଜ୍ୟକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ତୀର୍ଥଯାତ୍ରା ଆରମ୍ଭ ହେବା ପୂର୍ବରୁ ଦୂରସଞ୍ଚାର ସେବାକୁ ଅଧିକ ଉତ୍ତମ ଢଙ୍ଗରେ ସଞ୍ଚାଳିତ କରାଯିବ । ୨୦୨୩ରେ ଚାଲିବାକୁ ଥିବା ୬୨ ଦିବସୀୟ ଯାତ୍ରା ୧ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟରେ ସମ୍ପନ୍ନ ହେବ । ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ପବିତ୍ର ତୀର୍ଥ ଯାତ୍ରା ଏବଂ ପଞ୍ଜିକରଣର ତାରିଖ ଘୋଷଣା କରି କହିଛନ୍ତି ଯେ ପ୍ରଶାସନ ସୁଚାରୁରୂପେ ତୀର୍ଥଯାତ୍ରା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଟେ ।