ଅପେକ୍ଷାର ଅନ୍ତ… ୨ ବର୍ଷ ପରେ ଜୁନ୍ ୩୦ରୁ ଅମରନାଥ ଯାତ୍ରା
1 min readଶ୍ରୀନଗର: ଘଟିଲା ଅପେକ୍ଷାର ଅନ୍ତ । ୨ ବର୍ଷ ପରେ ଅମରନାଥ ଯାତ୍ରାକୁ ମିଳିଲା ଅନୁମତି । ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ରବିବାର ଅମରନାଥଜୀ ଶ୍ରାଇନ୍ ବୋର୍ଡ ବୈଠକ ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ବସିଥିଲା । ଯେଉଁଥିରେ ଅମରନାଥ ଯାତ୍ରାକୁ ଅନୁମତି ଦିଆଯାଇଛି ।
Amaranth Yatra to start from June 30th, 2022, with all covid protocols in place & culminate, as per the tradition, on the day of Raksha Bandhan. The Amarnath Yatra will last for 43 days this year: Office of Lt. Governor of Jammu & Kashmir
— ANI (@ANI) March 27, 2022
୪୭ ଦିନ ଧରି ଅମରନାଥା ଯାତ୍ରା ଚାଲିବ । ଜୁନ୍ ୩୦ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରାରେ ସମସ୍ତ କୋଭିଡ୍ ନିୟମ ପାଳନ କରିବାକୁ ପଡ଼ିବ । ପରମ୍ପରା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ଯାତ୍ରା ଶେଷ ହେବ । ଗତ ୨ ବର୍ଷ ହେଲା କରୋନା ପାଇଁ ଅମରନାଥ ଯାତ୍ରା ବନ୍ଦ ରହିଥିଲା । କିନ୍ତୁ ପବିତ୍ର ଗୁମ୍ଫାରେ ବାବା ଅମରନାଥଙ୍କ ପୂଜାର୍ଚ୍ଚନା ଜାରି ରହିଥିଲା । ଅମରନାଥ ଯାତ୍ରା ପାଇଁ ଏପ୍ରିଲରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେବ ।