spot_img

Latest Posts

ଅମରନାଥରେ ଫସିଥିବା ଓଡ଼ିଆ ଯାତ୍ରୀଙ୍କ ଛାତିଥରା କଥା…

ଶ୍ରୀନଗର: ଗତ କାଲି ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ପାହାଡ଼ରୁ ଦ୍ରୁତ ଗତିରେ ପାଣି ମାଡ଼ି ଆସିବା ଯୋଗୁଁ ଭାସିଯାଇଥିଲେ ଅନେକ ତୀର୍ଥଯାତ୍ରୀ । ଏହି ଦୁର୍ଘଟଣାରେ ତିନି ଜଣ ମହିଳାଙ୍କ ସମେତ ୧୬ ଜଣ ଲୋକଙ୍କ ମୃତ୍ୟ ଘଟିଥିବା ସୂଚନା ମିଳିଛି।

ଆଖି ଆଗରେ ପ୍ରକୃତିର ଏଭଳି ତାଣ୍ଡବ ଦେଖି ଥରହର ଶ୍ରଦ୍ଧାଳୁ । ଅମରନାଥରେ ଜଳପ୍ରଳୟର ଛାତିଥରା କାହାଣୀ ବଖାଣିଛନ୍ତି ସେଠାରେ ଫସି ରହିଥିବା କିଛି ଓଡ଼ିଆ ଶ୍ରଦ୍ଧାଳୁ।  ବାଦଲ ଫଟା ବର୍ଷା ଯୋଗୁଁ ସବୁ ଆଡେ ଖାଲି ପାଣି ଦେଖାଯାଉଥିଲା । ଆଖି ଆଗରେ ଜିନିଷ ସହ ମଣିଷ ବି ଭାସିଯାଉଥିଲେ। ଦେଖୁଦେଖୁ କ’ଣ ସବୁ ଘଟୁଥିଲା ଜମାରୁ ବିଶ୍ୱାସ ହେଉନଥିଲା ।

ଆଉ କିଛି ଶ୍ରଦ୍ଧାଳୁ କହିଛନ୍ତି ଯେ ‘‘ଠାକୁର ଦର୍ଶନ କରି ଫେରିବା ବେଳକୁ ଟେଣ୍ଟ ଭିତରେ ପାଣି ପଶି ସାରିଥିଲା । ଆଉ ଦେଖୁଦେଖୁ ଜିନିଷ ପତ୍ର ସହ ଟେଣ୍ଟ ଭାସି ଯାଇଥିଲା, ଆଉ ଜୀବନ ବଞ୍ଚାଇବାକୁ ମିଳିଥିଲା ମାତ୍ର ୧୦ ସେକେଣ୍ଡ। ଭୋଳାନାଥଙ୍କୁ କୃପାରୁ ବଞ୍ଚିବା ପରେ ଘରକୁ ଫେରିବା ପାଇଁ ଚାଲି ଚାଲି ବାହାରିଛୁ ’’।

ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ହେଲିକପ୍ଟର ଜରିଆରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ଏହାବ୍ୟତୀତ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବାରେ ଲାଗି ପଡିଛନ୍ତି ରେସ୍କ୍ୟୁ ଟିମ୍ ।

ଅଧିକ ପଢନ୍ତୁ- ଅମରନାଥରେ ଫସି ରହିଛନ୍ତି ୫ ଓଡ଼ିଆ ଯାତ୍ରୀ, ସହାୟତା ପାଇଁ ନିବେଦନ

Latest Posts

Don't Miss