ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏବେ ଅବହେଳିତ
1 min readଦ୍ୱିତୀୟ ବିଶ୍ୱଯୁଦ୍ଧ ମୁକସାକ୍ଷୀ ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏବେ ଅବହେଳିତ । ଏହା ବିଷୟରେ ଆଜି ବି ଅନେକ ଜାଣି ନାହାନ୍ତି । ଏହାର ପୁନରୁଦ୍ଧାର କରି ବ୍ୟବହାର କରାଯାଇପାରିବ । ଐତିହାସିକ ଗୌରବ ଉଦ୍ଜୀବିତ ହେବା ସହ ଯୁଦ୍ଧ ସମୟରେ ମଧ୍ୟ ଏହି ଏୟାରଷ୍ଟ୍ରିପ୍କୁ ବ୍ୟବହାର କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ରେ ରହିଛି ଅମର୍ଦ୍ଦା ଏୟାରଷ୍ଟ୍ରିପ୍ । ଏହାକୁ ୬୦୦ ଏକର ଜମିରେ ୩କୋଟି ଟଙ୍କାରେ ଇଂରେଜମାନେ ନିର୍ମାଣ କରିଥିଲେ ।
ଭୌଗୋଳିକ ଦୃଷ୍ଟିରୁ ଏହା ଏକ ଷ୍ଟ୍ରାଟେଜିକ୍ ପଏଣ୍ଟ । ହେଲେ ଦୂରଦୃଷ୍ଚି ଅଭାବରୁ ଏହା ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । ସମଗ୍ର ଦେଶରେ ଏଭଳି ସାମରିକ ଭିତ୍ତିଭୂମି ନାହିଁ । ଏହି ଏୟାରଷ୍ଟ୍ରିପ ଇତିହାସର ଗାଥାକୁ ବହନ କରୁଛି । ଏକକାଳୀନ ୨ଟି ବଡ ଯୁଦ୍ଧ ବିମାନ ଅବତରଣ କରିବାର କ୍ଷମତା ରଖିଛି ଏହି ଏୟାରଷ୍ଟ୍ରିପ୍ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଭାଙ୍ଗିରୁଜି ଯିବାକୁ ବସିଛି । ଏବେ ରହିଛି କେବଳ୧୧ହଜାର ଫୁଟ ଲମ୍ବର ରନ୍ୱେ । ସ୍ୱାଧୀନତା ପରେ ଏହି ଏୟାରଷ୍ଟ୍ରିପ ଭାରତ ସରକାରଙ୍କ DRDO ଅଧୀନରେ ରହିଛି । ହେଲେ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆନଯିବାରୁ ଏହା ଅକାମୀ ହୋଇ ପଡିରହିଛି । ଅମର୍ଦ୍ଦା ଏୟାରଷ୍ଟ୍ରିପର ପୁନରୁଦ୍ଧାର କରାଗଲେ ଏହା ଦେଶର ଗୌରବ ବଢାଇବା ସହ ଯୁଦ୍ଧ ସମୟରେ ଏହାକୁ ବ୍ୟବହାର କରାଯାଇପାରିବ ।