ଯୌତୁକ ଆଣିନଥିଲେ ନାର୍କୋଟିକ୍ସ ଇନସ୍ପେକ୍ଟର , ଲାଞ୍ଚ ନେଇ ବନ୍ଧାହେଲେ..

1 min read

ଜୟପୁର: ବିବାହରେ ଯୌତୁକ ନେଇନଥିବା ନାର୍କୋଟିକ୍ସ ଇନସ୍ପେକ୍ଟର ଶେଷରେ ଲାଞ୍ଚ ନେଇ ଫସିଗଲେ  । ଏମିତିକି ଜଣେ ନବବିବାହିତ ଦମ୍ପତ୍ତିଙ୍କୁ ଦେଇଥିବା ଗିଫ୍ଟ ବା ଉପହାର ସେତେବେଳେ ବହୁ ଚର୍ଚ୍ଚା ପାଲଟିଥିଲା  । ରାଜସ୍ଥାନର ଝୁନଝୁନ ଜିଲ୍ଲାର ସୁରଜଗଡ଼ ବାସୀନ୍ଦା ହେଉଛନ୍ତି ଅମନ ଫୋଗଟ  । ନିକଟରେ ନବ ଦମ୍ପତ୍ତିକୁ ସେ ଉପହାର ରୂପରେ ଏକ କ୍ରିଟା କାର ପ୍ରଦାନ କରିଥିଲେ  । ଜଣେ ସଚ୍ଚୋଟ କେନ୍ଦ୍ରୀୟ ନିଶା ନିବାରଣ ସଂସ୍ଥାର ଅଧିକାରୀ ଭାବେ ବେଶ ପରିଚିତ ରହିଥିଲେ  । କିନ୍ତୁ ଏକ ମେଡିକାଲ ଷ୍ଟୋର ଅଧିକାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଏବେ ତାଙ୍କ ବ୍ୟକ୍ତିତ୍ୱରେ ଲଗାଇଛି କଳା ଦାଗ  ।

ACB ତଥା ଦୁର୍ନୀତି  ନିବାରଣ ଆୟୋଗର ରିପୋର୍ଟ ମୁତାବକ ତାଙ୍କ ପାଖରେ ଡ଼ିସେମ୍ବର ୬ ତାରିଖରେ ଏକ ମାମଲା ପହଁଚିଥିଲା  । ଯେଉଁଥିରେ ଉଲ୍ଲେଖ ରହିଥିଲା କି ନିଶା ନିବାରଣ ଆୟୋଗର ଇନସ୍ପେକ୍ଟର ଅମନ ଫୋଗଟ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାର ଧମକ ଦେଇଛନ୍ତି  । ଏବଂ ଏହା  ବଦଳରେ ପାଞ୍ଚ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ  । ପରେ ତାଙ୍କ ମୁଲଚାଲ ୨ ଲକ୍ଷରେ ଛିଡ଼ିଛି  । ଏହି ମାମଲା ପାଇବା ପରେ ରାଜସ୍ଥାନ ଦୁର୍ନୀତି ନିବାରଣ ଆୟୋଗ ଅପରେସନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ  ।   ଏହି ଅଭିଯୋଗ ପରେ ଏସିପି କାଲୁରାମ ରାୱତଙ୍କ ନେତୃତ୍ୱରେ ଏସିବି ଏକ ଟିମ ଗଢିଥିଲା ଏବଂ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆରମ୍ଭ କରିଥିଲା ଅପରେସନ  ।

ଅଭିଯୋଗକାରୀ ଉକ୍ତ ଅଧିକାରୀଙ୍କ ଘର ବାହାରେ ରହିଥିବା ବେଳେ ପାଖରେ ଜଗି ରହିଥିଲେ ଦୁନୀର୍ତି ନିବାରଣର ଅଧିକାରୀ  । ଏହି ସମୟରେ ଏକ ମୋଟରସାଇକେଲ ଯୋଗେ ଘରୁ ବାହାରିଥିଲେ ଅମନ ଫୋଗଟ  । ପରେ ଯେଉଁ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ ତାଙ୍କୁ ଗାଡ଼ିରେ ବସାଇ ୧୦ରୁ ୧୫ ମିନିଟ ଏଣେ ତେଣେ ବୁଲିଥିଲେ  । ପରବର୍ତ୍ତୀ ସମୟରେ ତାଙ୍କୁ ଘରକୁ ନେଇ ଯାଇଥିଲେ  । ଏବଂ ଅଭିଯୋଗକାରୀଙ୍କୁ ସାଥିରେ ନେଇ ଏକ ଘରେ ଭିତରେ ପ୍ରବେଶ କରିଥିଲେ ଅମନ । ଏହି ସମୟରେ ବାହାରେ ଜଗିରହିଥିବା ACB ଅଧିକାରୀ କବାଟ ଖୋଲିବା ପାଇଁ କହିଥିଲେ କିନ୍ତୁ ସେ ଖୋଲି ନଥିଲେ  । ବାଧ୍ୟ ହୋଇ ଚଢାଉରେ ଆସିଥିବା ଅଧିକାରୀ ଘରର କବାଟ ଭାଙ୍ଗି ପଶିଥିଲେ  ।

ନାର୍କୋଟିକ୍ସ ଇନସ୍ପେକ୍ଟର ଅମନ ଫୋଗଟଙ୍କ ଠାରୁ ନଗଦ ଦୁଇ ଲକ୍ଷର ନଦଗ ଅର୍ଥ ରାଶି ରେଡ଼ କରିବାରେ ସଫଳ ହୋଇଥିଲେ  । ଏହା ସହିତ ଅଭିଯୁକ୍ତ ଅମନ ଫୋଗଟଙ୍କୁ ଗିରଫ କରିଛି ରାଜସ୍ଥାନ ଦୁନୀର୍ତି ନିବାରଣ ଆୟୋଗ  । ସୂଚନା ମୁତାବକ ଅମନ ଫୋଗଟଙ୍କ ପିତା ସେନାର ଜଣେ ଅବସର ପ୍ରାପ୍ତ ଅଧିକାରୀ  । ଅମନ ଏପରି କାରବାରରେ ସଂଶ୍ଲିଷ୍ଟ ରହିଥିବା କେହି ମଧ୍ୟ ଗ୍ରହଣ କରିପାରୁନାହାଁନ୍ତି  । ତାଙ୍କ ପୁଅ ଲାଞ୍ଚ କାରାବାରରେ ଜଡ଼ିତ ନଥିବା ପ୍ରତିକ୍ରିୟାରେ କହିଛନ୍ତି  । ଞ୍ଚ

Leave a Reply